www.samajalive.in
Sunday, December 14, 2025
19.1 C
Bhubaneswar

ଝାରବେଡା ହାଇସ୍କୁଲରେ ନାହାନ୍ତି ଶିକ୍ଷକ ଓ କର୍ମଚାରୀ, ସ୍ମାର୍ଟ କ୍ଲାସ୍‍ରୁମ୍‍ ସାଜିଛିି ଛାତ୍ରଛାତ୍ରୀଙ୍କ ବିକଳ୍ପ ଶିକ୍ଷାଦାନ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲା ଘଟଗାଁ ବ୍ଲକ ବଡବିଛୁଳା ପଞ୍ଚାୟତ ଝାରବେଡା ହାଇସ୍କୁଲ ୧୯୮୨ ମସିହାରୁ କାର୍ଯ୍ୟକ୍ଷମ ଏହି ବିଦ୍ୟାଳୟ ସରକାରୀ ହୋଇଥିଲେ ହେଁ ଚତୁର୍ଥଶ୍ରେଣୀ କର୍ମଚାରୀ ଠାରୁ ଆରମ୍ଭ କରି ପ୍ରଧାନଶିକ୍ଷକ ପର୍ଯ୍ୟନ୍ତ ଜଣେହେଲେ ଶିକ୍ଷକ କିମ୍ବା କର୍ମଚାରୀ ନାହାନ୍ତି । ଗତ ମେ ମାସରେ ଦୁଇଜଣ ଶିକ୍ଷକ ଅବସରଗ୍ରହଣ ପରଠାରୁ ଆଜକୁ ୨ମାସ ଧରି ଏହି ବିଦ୍ୟାଳୟରେ ଜଣେ ହେଲେ କର୍ମଚାରୀ କିମ୍ବା ଶିକ୍ଷକ ନିଯୁକ୍ତି ହୋଇନଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଅଭିଭାବକ ଏବେ ଶଙ୍କାଗ୍ରସ୍ତ ହୋଇପଡିଛନ୍ତି ।

ରାଜ୍ୟ ସରକାର ଉକ୍ତ ବିଦ୍ୟାଳୟକୁ ୫-ଟିରେ ସାମିଲ କରି ଭିତ୍ତିଭୂମି ସୁଦୃଢ଼ୀକରଣ ହୋଇଥିବା ବେଳେ ମାନବସମ୍ବଳ ବିକାଶ ପାଇଁ ଉଦ୍ଦିଷ୍ଟ ଜଣେହେଲେ ଶିକ୍ଷକ ନଥିବାରୁ ଉକ୍ତ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ସେମାନଙ୍କ ଭବିଷ୍ୟତ ନେଇ ଆଶଙ୍କାରେ ଅଛନ୍ତି । ନବମଶ୍ରେଣୀରେ ୧୮ ଓ ଦଶମଶ୍ରେଣୀରେ ୧୮ଜଣଙ୍କୁ ମିଶାଇ ମୋଟ ୩୬ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ଏହି ବିଦ୍ୟାଳରେ ଶିକ୍ଷାଗ୍ରହଣ କରୁଥିବା ବେଳେ ନିକଟସ୍ଥରାଧାକ୍ରୀଷ୍ଣ ବିଦ୍ୟାପୀଠ ବାଙ୍କପାଟୁଳୀର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରାମଚନ୍ଦ୍ର ମହାନ୍ତଙ୍କୁ ଏହି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇ ନାମକୁମାତ୍ର ବିଦ୍ୟାଳୟ ଚାଲିଛି ।

- Advertisement -

ସେହିଭଳି ବିଦ୍ୟାଳୟରେ ଜଣେହେଲେ ଚତୁର୍ଥଶ୍ରେଣୀ କର୍ମଚାରୀ ନଥିବାରୁ ମାର୍ଚ୍ଚ ୨୦୨୩ରୁ ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଡିଏମଏଫ୍‍ ପାଣ୍ଠିରୁ ଜଣେ ରାତ୍ର ଜଗୁଆଳିଙ୍କୁ ଅସ୍ଥାୟୀ ନିଯୁକ୍ତି ଦିଅଯାଇ ବିଦ୍ୟାଳୟର ସୁରକ୍ଷା ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ରାମଚନ୍ଦ୍ର ମହାନ୍ତ ଦୈନିକ ୨ରୁ ୩ଟି ଶ୍ରେଣୀ ଶିକ୍ଷାଦାନ କରୁଥିବା ବେଳେ ଅବଶିଷ୍ଟ ସମୟରେ ପେନଡ୍ରାଇଭ ମାଧ୍ୟମରେ ସ୍ମାର୍ଟ କ୍ଲାସ୍‍ ରୁମ ସହାୟତାରେ ଶିକ୍ଷାଗ୍ରହଣ କରୁଥିବା ଶିକ୍ଷକ ଶ୍ରୀ ମହାନ୍ତ କହିଛନ୍ତି । ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ କାଁ ଭାଁ ଗୋଟିଏ ଦୁଇଟି ବିଷୟରେ ଶିକ୍ଷାଦାନ କରୁଥିବା ବେଳେ ଶିକ୍ଷକ ନଥିବାରୁ ବିଶେଷକରି ବିଜ୍ଞାନ ଓ ଗଣିତ ଭଳି ବିଷୟରେ ଶିକ୍ଷାଦାନ ହୋଇପାରୁନଥିବାରୁ ଆଗାମୀ ଦିନରେ କିଭଳି ପରୀକ୍ଷାରେ ନିଜକୁ ପ୍ରସ୍ତୁତ କରିବୁ ସେ ନେଇ ଦଶମଶ୍ରେଣୀ ଛାତ୍ରୀ ମମତା ନାଏକ ଓ ଛାତ୍ର ସୁଶୀଲ ନାଏକ କ୍ଷୋଭର ସହ ଏହା କହିଛନ୍ତି ।

ସେହିଭଳି ବିଦ୍ୟାଳୟରେ କ୍ରୀଡା ଶିକ୍ଷକ ପଦ ମଧ୍ୟ ଖାଲି ପଡିଥିବାରୁ ଛାତ୍ରଛାତ୍ରୀ କ୍ରୀଡାକୌଶଳ ଗ୍ରହଣ କରିବାରୁ ବଞ୍ଚିତ ହେଉଥିବା କହିଛନ୍ତି । କମ୍ପ୍ୟୁଟର ଶିକ୍ଷକ ନଥିବାରୁ କମ୍ପ୍ୟୁଟର ଲ୍ୟାବ ଶ୍ରେଣୀ ମଧ୍ୟ ଚାବି ପଡି ରହିଥିବା ଚାତ୍ରଛାତ୍ରୀ କହିଛନ୍ତି । ଏପରିକି ଦାୟିତ୍ୱରେଥିବା ପ୍ରଧାନଶିକ୍ଷକ ଛୁଟିରେ ରହିଲେ କିମ୍ବା ସରକାରୀ କାର୍ଯ୍ୟରେ ଜିଲା ମୁଖ୍ୟାଳୟ ଗସ୍ତ କଲେ ଦିନତମାମ ବିନା ଶିକ୍ଷକରେ ଏହି ବିଦ୍ୟାଳୟ ଚାଲି ଆସୁଥିବା ଛାତ୍ରଛାତ୍ରୀ ମାନେ କହିଛନ୍ତି । ଖାଲି ପଡିଥିବା ଶିକ୍ଷକ ପଦ ପୂରଣ ନେଇ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଏବଂ ଜିଲା ଶିକ୍ଷା ଅଧିକାରୀଙ୍କ ନିକଟରେ ବହୁବାର ଦାବି କରି ଆସୁଥିଲେ ହେଁ ୨ମାସ ଧରି ଜଣେହେଲେ ଶିକ୍ଷକ ନିଯୁକ୍ତି ଦିଆଯାଇନଥିବା ସ୍ଥାନୀୟ ସରପଞ୍ଚ ସୁରମା ନାଏକ କହିଛନ୍ତି ।

ଅତିକମ୍‍ରେ ୪ଜଣ ଶିକ୍ଷକ ତୁରନ୍ତ ନିଯୁକ୍ତିି ସହ ଶିକ୍ଷାଦାନ ବ୍ୟବସ୍ଥାରେ ସୁଧାର ନଆଣିଲେ ବାଧ୍ୟହୋଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହାୟତାରେ ବିଦ୍ୟାଳୟରେ ତାଲା ପକାଇ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ସରପଞ୍ଚ ଶ୍ରୀମତୀ ନାଏକ ଚେତାବନୀ ଦେଇଛନ୍ତି । ଅତିଥି ଶିକ୍ଷକ ନିଯୁକ୍ତି ସହ ସପ୍ତାହକ ମଧ୍ୟରେ ଶିକ୍ଷକ ପଦ ପୁରଣ କରାଯାଇ ଶିକ୍ଷାଦାନ ବ୍ୟବସ୍ଥା ସ୍ୱାଭାବିକ କରାଯିବ ବୋଲି ଜିଲା ଶିକ୍ଷା ଅଧିକାରୀ ଗୌରୀରାଣି ନାଏକ ଏହା କହିଛନ୍ତି ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories