www.samajalive.in
Sunday, December 14, 2025
17.1 C
Bhubaneswar

ଜୁନ୍‌ରୁ ଜୟପୁରରୁ ଉଡ଼ିବ ବିମାନ

ଜୟପୁର: ଆସନ୍ତା ଜୁନ୍ ପ୍ରଥମ ସପ୍ତାହରୁ କୋରାପୁଟ ଜିଲା ଜୟପୁର ଏୟାରଷ୍ଟ୍ରିପ୍‌ରୁ ଉଡ଼ିବ ବିମାନ। ପୂର୍ବତନ କୋରାପୁଟ ଜିଲାପାଳ ତଥା କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ଆଜିଠାରୁ ଦୁଇ ଦିନିଆ କୋରାପୁଟ ଜିଲା ଗସ୍ତରେ ଆସି ଏହି ସୂଚନା ଦେଇଛନ୍ତି। ସେ ଜୟପୁର ବିମାନବନ୍ଦର ପରିଦର୍ଶନ କରି କହିଛନ୍ତି ଯେ ୯ଟି ଆସନ ବିଶିଷ୍ଟ ବିମାନ ପ୍ରଥମେ ଯାତ୍ରା କରିବ। ଜୟପୁରରୁ ଯାତ୍ରୀମାନେ ଭୁବନେଶ୍ୱର ଓ ବିଶାଖାପାଟଣାକୁ ଯାଇପାରିବେ। ଏଥିପାଇଁ ଯାତ୍ରୀଙ୍କୁ ରିହାତି ମଧ୍ୟ ମିଳିବ ବୋଲି ସେ କହିଛନ୍ତି। ସେ ଜୟପୁର ଏୟାରଷ୍ଟ୍ରିପ୍‌ ବୁଲି ବିମାନ ବନ୍ଦର ସମ୍ପ୍ରସାରଣ କାର୍ଯ୍ୟର ଅଗ୍ରଗତି ସହ ଟର୍ମିନାଲ ବିଲିଡିଂ ଏବଂ ଅନ୍ୟାନ୍ୟ ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ଏହାସହ ଜିଲାର ପ୍ରଶାସନିକ ଅଧିକାରୀ ଓ ଏୟାରଷ୍ଟ୍ରିପର କାର୍ଯ୍ୟ ତଦାରଖ କରୁଥିବା ଯନ୍ତ୍ରୀମାନଙ୍କ ଆଲୋଚନା ଓ ସମୀକ୍ଷା କରିଥିଲେ। ଜୁନ ପ୍ରଥମ ସପ୍ତାହରୁ ପ୍ରାୟ ସେବା ଯୋଗାଇ ଦେବା ନେଇ ସମସ୍ତ ପ୍ରସ୍ତୁତି ଚାଲିଥିବା ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୯ ସିଟ ବିଶିଷ୍ଟ ବିମାନ ଉଡ଼ିବ। ଏହାପରେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଲେ ସେହି ଅନୁଯାୟୀ ଅଧିକ ସିଟ୍‌ ରହିବ। ବିମାନ ସେବା ଅଧିକାରୀ ଅରୁଣ ସିଂଙ୍କ ସୂଚନାନୁଯାୟୀ, ପ୍ରାୟତଃ ୨ ହଜାରରୁ ୨୫ ଶହ ଟଙ୍କା ଟିକଟ ମୂଲ୍ୟରେ ଜୟପୁର-ଭୁବନେଶ୍ୱର ବିମାନ ସେବା ଯାତ୍ରୀମାନଙ୍କୁ ମିଳିପାରିବ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories