www.samajalive.in
Tuesday, December 9, 2025
26.1 C
Bhubaneswar

କେନ୍ଦୁଝରରେ ଓରମାସର ‘ଗାଁ ଆମ୍ବ ପସରା’ ଉଦ୍‍ଘାଟିତ

କେନ୍ଦୁଝରଗଡ଼: ଜିଲା ପ୍ରଶାସନ ଆନୁକୂଲ୍ୟରେ ତଥା ଜିଲାପରଷଦ ଓ ଓରମାସ ମିଳିତ ସହଯୋଗରେ ଜିଲା ସଦର ମହକୁମା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ‘ଗାଁ ଆମ୍ବ ପସରା’ ମଙ୍ଗଳବାର ଉଦ୍‍ଘାଟିତ ହୋଇଯାଇଛି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ଏହି ମେଳାକୁ ଅତିରିକ୍ତ ଜିଲାପାଳ ସୁଷମା ବିଲୁଙ୍ଗ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‍ଘାଟନ କରିଛନ୍ତି।

ପବିତ୍ର ସାବିତ୍ରୀ ଅମାବାସ୍ୟା ଅବ୍ୟବହିତ ପୂର୍ବରୁ ଆମ୍ବ ଉତ୍ପାଦନକାରୀ ମହିଳା ଚାଷୀମାନଙ୍କ ଦ୍ୱାରା ଅମଳ ଆମ୍ବର ବିକ୍ରୟ ସୁବିଧା ଲକ୍ଷ୍ୟରେ ଏହି ମେଳାର ଆୟୋଜନ କରାଯାଇଥିବା କହିଥିଲେ। ଡିଏଫଓ କେନ୍ଦୁଝର ଧନରାଜ ଏଚ.ଡି, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ଓରମାସ ଯୁଗ୍ମମୁଖ୍ୟ ଅଧିକାରୀ ସପନ ଗୋସ୍ୱାମୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଚଳିତବର୍ଷ ବହୁଳ ଭାବେ ଆମ୍ବ ଉତ୍ପାଦନକାରୀ ତେଲକୋଇ, ବାଂଶପାଳ, ଘଟଗାଁ ଓ ହରିଚନ୍ଦନପୁର ଅଞ୍ଚଳର ମହିଳା ଆମ୍ବ ଚାଷୀ ମାନଙ୍କ ଆମ୍ବ ବିକ୍ରୟ ପାଇଁ ୪ଟି ଷ୍ଟଲ ଖୋଲାଯାଇଛି।

- Advertisement -

ଏହି ସମସ୍ତ ଷ୍ଟଲ ମାନଙ୍କରେ ଦଶେରୀ, ଆମ୍ରପଲ୍ଲୀ, ଲାଙ୍ଗଡା, କ୍ଷୀରସାଗର, ହିମସାଗର ଆଦି ଆମ୍ବ ପ୍ରଦର୍ଶନ ସହିତ ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇପାରିଛି। ଗ୍ରାହକଙ୍କ ଚାହିଦାଙ୍କ ଦୃଷ୍ଟିରେ ରଖି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହିଳା ଉତ୍ପାଦିକା ଗୋଷ୍ଠୀଙ୍କ ଉତ୍ପାଦିତ ଆମ୍ବ ବିକ୍ରୟ ନିମନ୍ତେ ଓରମାସ ସହଯୋଗରେ ଆଗାମୀ ରଜ ପର୍ବ ଅବସରରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆମ୍ବ ମେଳା ଖୋଲାଯିବା ନିଷ୍ପତ୍ତି ନିଆଯାଇଥିବା ଓରମାସ ଯୁଗ୍ମ ମୁଖ୍ୟ ନିର୍ବାହୀ ଅଧିକାରୀ ସପନ ଗୋସ୍ୱାମୀ ସୂଚନା ଦେଇଛନ୍ତି। ସାବିତ୍ରୀ ବ୍ରତ ପୂର୍ବରୁ ପ୍ରଶାସନ ପକ୍ଷରୁ ଏଭଳି ମେଳା ଆୟୋଜନ ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories