www.samajalive.in
Sunday, December 14, 2025
17.1 C
Bhubaneswar

ଜେଟ ଏୟାରୱେଜ ସିଇଓ ବିନୟ ଦୁବେଙ୍କ ଇସ୍ତଫା

ନୂଆଦିଲ୍ଲୀ : ଆର୍ଥିକ ସଂକଟ ଦେଇ ଗତି କରୁଥିବା ଏୟାରଲାଇନ୍ସ କମ୍ପାନୀ ଜେଟ ଏୟାରୱେଜର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ବିନୟ ଦୁବେ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସୋମବାର ଜେଟ ଏୟାରୱେଜର ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫଓ) ଅମିତ ଅଗ୍ରୱାଲ ନିଜ ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫା ପଛରେ ଉଭୟ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି।
ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ ବ୍ୟକ୍ତିଗତ କାରଣ ଯୋଗୁଁ ସିଇଓ ତତ୍କାଳ ପ୍ରଭାବରେ ଇସ୍ତଫା ଦେଇଛନ୍ତି। ଆର୍ଥିକ ସଂକଟ ଯୋଗୁଁ ଅପ୍ରେଲ ୧୭ରୁ ଏୟାରଲାଇନ୍ସର ବିମାନ ଉଡ଼ାଣ ବନ୍ଦ ରହିଛି। କମ୍ପାନୀ ବୋର୍ଡର କେତେକ ସଦସ୍ୟ ନିଜ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ବିମାନ ଚଳାଚଳ ସ୍ୱାଭାବିକ କରିବା ପାଇଁ କମ୍ପାନୀକୁ ଜରୁରୀ କାଳୀନ ଭାବେ ୪୦୦ କୋଟି ଟଙ୍କା ଆବଶ୍ୟକ ରହିଛି। ତେବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ନେତୃତ୍ୱାଧୀନ ବ୍ୟାଙ୍କର କନସୋର୍ଟରିୟମ ଏହି ଅର୍ଥ ଦେବାକୁ ମନା କରିଦେଇଛନ୍ତି। ବିନୟ ଦୁବେ ୨୦୧୭ ଅଗଷ୍ଟରେ ଜେଟ ଏୟାରୱେଜରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ ଡେଲ୍ଟା ଏୟାରଲାଇନ୍ସ, ସେବର ଏବଂ ଆମେରିକା ଏୟାରଲାଇନ୍ସ ସରିଖି କମ୍ପାନୀର ବିଭିନ୍ନ ପଦରେ କାର୍ଯ୍ୟ କରିଥିଲେ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories