www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ ହେବା ପାଇଁ ଲାଗୁ ହେବନି ସଂରକ୍ଷଣ ବ୍ୟବସ୍ଥା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ ହେବା ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ ଅବସରକାଳୀନ ଖଣ୍ଡପୀଠ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ୨୦୧୯ରେ ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ସୁବିଧା ଦାବି କରି ଦାୟର ଏକ ମାମଲାର ବିଚାର କରି କହିଛନ୍ତି ଯେ ପ୍ରବେଶିକା ପରୀକ୍ଷା ପାସ କରିବା ପାଇଁ କୌଣସି ସଂରକ୍ଷଣ ଦିଆଯାଇ ପାରିବ ନାହିଁ। ଖଣ୍ଡପୀଠ କହିଛନ୍ତି ଯେ ଆଡ଼ମିସନ ସମୟରେ ସଂରକ୍ଷଣ ବ୍ୟବସ୍ଥା ବିଚାରକୁ ନିଆଯିବ। କୋର୍ଟ କହିଛନ୍ତି, କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା କେବଳ ଯୋଗ୍ୟତା ପ୍ରାପ୍ତ ପାଇଁ ଉଦ୍ଦିଷ୍ଟ।

ଆବେଦନକାରୀ ରଜନିଶ କୁମାର ପାଣ୍ଡେ ଓ ଅନ୍ୟମାନେ ଜୁଲାଇ ୭ରେ ହେବାକୁ ଥିବା ସିଟିଇଟି ପରୀକ୍ଷା ବିଜ୍ଞପ୍ତି ଆଧାରରେ କରିଥିବା ଆବେଦନର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି, ପରୀକ୍ଷା ବିଜ୍ଞପ୍ତି ଅନୁସୂଚିତ ଜାତି ଓ ଜନଜାତିଙ୍କୁ କୌଣସି ପ୍ରକାର ସଂରକ୍ଷଣ ପ୍ରଦାନ କରୁନାହିଁ। ଆବେଦନକାରୀ ଦର୍ଶାଇଥିଲେ ଯେ ସେ ଆର୍ଥିକ ଦୁର୍ବଳ ଶ୍ରେଣୀ ପରୀକ୍ଷାର୍ଥୀ ହୋଇଥିବାରୁ, ତାଙ୍କୁ ସାଂଗରକ୍ଷଣ ଦିଆଯାଉ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories