www.samajalive.in
Sunday, December 14, 2025
23.1 C
Bhubaneswar

ସପ୍ତମ ପର୍ଯ୍ୟାୟ ଲୋକସଭା ନିର୍ବାଚନ : ପ୍ରଚାର ଅଭିଯାନ ଜୋରଦାର

ନୂଆଦିଲ୍ଲୀ : ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋରଦାର ହୋଇଉଠିଛି।  ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ସଭା, ​ଶୋଭାଯାତ୍ରା ମାଧ୍ୟମରେ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି । ଏହି ପର୍ଯ୍ୟାୟରେ ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ଟି ନିର୍ବାଚନ ମଣ୍ଡଳୀରେ ରବିବାର ୧୯ ତାରିଖ ଦିନ ମତଦାନ ହେବ। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶ ଓ ପଞ୍ଜାବର ୧୩ଟି ଲେଖାଏଁ ନିର୍ବାଚନ ମଣ୍ଡଳୀ, ପଶ୍ଚିମବଙ୍ଗର ୯ଟି, ବିହାରର ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ, ହିମାଚଳ ପ୍ରଦେଶର ସମସ୍ତ ୪ଟି ଯାକ ନିର୍ବାଚନ ମଣ୍ଡଳୀ, ଝାଡ଼ଖଣ୍ଡର ୩ଟି ଓ ଚଣ୍ଡିଗଡ଼ର ଏକମାତ୍ର ନିର୍ବାଚନ ମଣ୍ଡଳୀରେ ଭୋଟ୍‍ ଗ୍ରହଣ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବିହାରର ବକ୍ସାର ଓ ସାସାରାମଠାରେ ନିର୍ବାଚନ ର‍୍ୟାଲିଗୁଡ଼ିକରେ ଉଦ୍‍ବୋଧନ ଦେଇଛନ୍ତି । ବିରୋଧୀ ଦଳଗୁଡ଼ିକର ତୀବ୍ର ସମାଲୋଚନା କରି ସେ କହିଛନ୍ତି, କଂଗ୍ରେସ ଓ ଆରଜେଡି କ୍ଷମତାକୁ ଆସିଲେ ଏକବିଂଶ ଶତାବ୍ଦୀର ଭାରତକୁ ଅନ୍ଧକାର ମଧ୍ୟକୁ ନେଇଯିବେ। ସେ କହିଛନ୍ତି, କେବଳ ବିଜେପି ନେତୃତ୍ୱର ଏନ୍‍ଡିଏ ସରକାର ଦେଶକୁ ଆଲୋକ ଆଡ଼କୁ ନେଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ସବ୍‍ କା ସାଥ୍‍ ସବ୍‍ କା ବିକାଶ ହେଉଛି ଏନ୍‍ଡିଏର ମନ୍ତ୍ର ଓ ସରକାର ସମସ୍ତଙ୍କ ସୁରକ୍ଷା ଓ ସମସ୍ତଙ୍କ ପ୍ରତି ସମ୍ମାନକୁ ନିଶ୍ଚିତ କରିବାକୁ ସଂକଳ୍ପବଦ୍ଧ। ଶ୍ରୀ ମୋଦୀ କହିଛନ୍ତି, ଅନ୍ୟ ପକ୍ଷରେ ବିରୋଧୀଦଳମାନେ କିଛି ଜାତିର ଲୋକ ସେମାନଙ୍କ ସହ ବାନ୍ଧି ହୋଇ ରହିଛନ୍ତି ବୋଲି ଭାବୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ସର୍ବଦା ଦେଶ ପାଇଁ ବଞ୍ଚିଛନ୍ତି ଓ କାର୍ଯ୍ୟ କରି ଆସୁଛନ୍ତି। ପୂର୍ବରୁ ଉତ୍ତରପ୍ରଦେଶର ବଲିଆଠାରେ ଏକ ର‍୍ୟାଲିରେ ଉଦ୍‍ବୋଧନ ଦେଇ ସେ କହିଥିଲେ ଏନ୍‍ଡିଏ ସରକାର ଗରିବ ଓ ଅବହେଳିତମାନଙ୍କ ଉତ୍ଥାନ ପାଇଁ ପ୍ରତିଶ୍ରୁତିବଦ୍ଧ ।

- Advertisement -

ବିଜେପି ସଭାପତି ଅମିତ ଶାହା ପଶ୍ଚିମବଙ୍ଗର କୋଲକତାରେ ଏକ ସଭାରେ ଉଦବୋଧନ ଦେଇଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ  ଆଜି ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାର କରିଛନ୍ତି। ନିମାଚ୍‍ଠାରେ ଏକ ର‍୍ୟାଲିରେ ଉଦ୍‍ବୋଧନ ଦେଇ ଶ୍ରୀ ଗାନ୍ଧୀ କହିଛନ୍ତି, ବିମୁଦ୍ରିକରଣ ଓ ଜିଏସ୍‍ଟି ଦେଶର ଅର୍ଥନୀତିକୁ ଭାଙ୍ଗି ଦେଇଛି। ସେ କହିଛନ୍ତି, କଂଗ୍ରେସ ଏହାର ନ୍ୟାୟ ଯୋଜନା ମାଧ୍ୟମରେ ଗରିବ, କୃଷକ, ଯୁବକ, ମହିଳା ଓ ସାଧାରଣ ଲୋକଙ୍କୁ କ୍ଷମତାପନ୍ନ କରିବ। ଅନ୍ୟପକ୍ଷରେ ଲକ୍ଷ୍ନୌଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‍ବୋଧନ ଦେଇ ବିଏସ୍‍ପି ମୁଖ୍ୟ ମାୟାବତୀ କହିଛନ୍ତି, ବିଜେପି ସରକାର ଏକ ବୁଡ଼ନ୍ତା ଜାହାଜ।

ତେବେ ସମସ୍ତ ୭ଟି ଯାକ ପର୍ଯ୍ୟାୟ ନିର୍ବାଚନ ପରେ୨୩ ତାରିଖରେ ଭୋଟ୍‍ ଗଣତି ସହ ଫଳାଫଳ ଘେଷଣା କରାଯିବ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories