ଜେଇଇ ଆଡ୍‍ଭାନ୍ସଡ୍‍ ପରୀକ୍ଷା ଆଜି

0

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଜେଇଇ ଆଡ୍‍ଭାନ୍ସଡ୍‍ ପରୀକ୍ଷା ଦେବା ପାଇଁ ସାରା ଦେଶରୁ ୨,୩୧,୦୨୪ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଦେଶର ୧୬୨ କେନ୍ଦ୍ରରେ ଜେଇଇ ଆଡ୍‍ଭାନ୍ସଡ୍‍ ପରୀକ୍ଷା ଆସନ୍ତାକାଲି(ରବିବାର)ଅନୁଷ୍ଠିତ ହେବ। ଓଡ଼ିଶାର ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ରାଉରକେଲା ସହରରେ କେନ୍ଦ୍ର କରାଯାଇଛି।
ଜେଇଇ ଆଡ୍‍ଭାନ୍ସଡ୍‍୍‍ ପରୀକ୍ଷା ପରିଚାଳନା ପାଇଁ ସିବିଏସ୍‍ଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀମାନେ ପରୀକ୍ଷା ହଲ୍‍କୁ କଲମ କିମ୍ବା ପେନ୍‍ସିଲ୍‍ ନେଇପାରିବେ ନାହିଁ। ସିବିଏସ୍‍ଇ କର୍ତ୍ତୃପକ୍ଷ ସେମାନଙ୍କୁ ଏସବୁ ଯୋଗାଇ ଦେବେ। ସେହିପରି ଛାତ୍ରଛାତ୍ରୀ ଘଣ୍ଟା, ମୁଦି, କାନଫୁଲ କିମ୍ବା କୌଣସି ଗହଣା ଆଦି ପିନ୍ଧି ପରୀକ୍ଷା ହଲ୍‍କୁ ଯିବାକୁ ବାରଣ କରାଯାଇଥିବାବେଳେ କେନ୍ଦ୍ରରେ ମୋବାଇଲ ଫୋନ, କାଲ୍‍କୁଲେଟର, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନେଇ କେନ୍ଦ୍ରକୁ ପ୍ରବେଶ ପାଇଁ ନିଷେଧ ଜାରି କରାଯାଇଛି। ପରୀକ୍ଷା ପରିଚାଳନା ପାଇଁ କେନ୍ଦ୍ରରେ ତ୍ରି-ସ୍ତରୀୟ ସ୍କ୍ୱାଡ୍‍ ବ୍ୟବସ୍ଥା ଏବଂ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି।

Leave A Reply