www.samajalive.in
Sunday, December 7, 2025
26.1 C
Bhubaneswar

ଜୟପୁର ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହରା

ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କୋରାପୁଟ ଜିଲା ଗସ୍ତ କରିଛନ୍ତି।  ଏହି ଅବସରରେ ଜିଲାପାଳ ମଧୁସୂଦନ ମିଶ୍ରଙ୍କ ସହ କୋରାପୁଟ ଜିଲାର କ୍ରୀଡା ଓ ଆଇଟି ଭିତ୍ତିଭୂମି ସୁଦୃଢୀକରଣ ଉପରେ ସେ ଆଲୋଚନା କରିଥିଲେ। ଏହାପରେ ମନ୍ତ୍ରୀ ଶ୍ରୀ ବେହେରା ନିର୍ମାଣଧୀନ ଜୟପୁର ଇଣ୍ଟିଗ୍ରେଟେଡ ସ୍ପୋର୍ଟ କମ୍ପ୍ଲେକ୍ସ ପରିଦର୍ଶନରେ ଯାଇ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ।

 

- Advertisement -

କୋଭିଡ କଟକଣା ପାଇଁ ନିର୍ମାଣ କାର୍ଯ୍ୟ ପଛେଇ ଯାଇଥିବାରୁ  ବାକି ଥିବା କାର୍ୟ୍ୟକୁ ଶୀଘ୍ର ଶେଷ କରିବା ପାଇଁ ଦାୟିତ୍ୱ ନେଇଥିବା ସଂସ୍ଥାକୁ ନିର୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସବୁ ଜିଲାରେ ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣର  ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ଶୀଘ୍ର ପୁରା କରିବା ପାଇଁ ଦାୟିତ୍ୱରେ ଥିବା ଅଧିକାରୀ ଓ ନିର୍ମାଣ ସଂସ୍ଥାକୁ ନିର୍ଦେଶ ଦେଇଥିଲେ। ସରକାରଙ୍କ ଯୋଜନା ଅନୁଯାୟୀ ପ୍ରତ୍ୟେକ ଜିଲ୍ଲାରେ ହେବାକୁ  ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଫୁଟବଲ, ହକି ସ୍ୱିମିଂପୁଲ, ଇଣ୍ଡୋର ହଲ,  ଟେନିସ କୋର୍ଟ, ଭଲ୍ଲିବଲ ଆଦି ବିଭିନ୍ନ କ୍ରୀଡା ସୁବିଧା ଉପଲବଦ୍ଧ ହେବ। ପରେ ମନ୍ତ୍ରୀ ଶ୍ରୀ ବେହେରା ଜୟପୁର ଠାରେ ନିର୍ମାଣ ହେବାକୁ ଥିବା ଏସଟିପିଆଇ ଅଞ୍ଚଳ ବୁଲି ଦେଖିଥିଲେ ଓ ଆଇଟି କ୍ଷେତ୍ରକୁ ସୁଦୃଢ କରିବାରେ   ଏଠାକାର  ଏସଟିପିଆଇ ବେଶ ସହାୟକ ହେବ ଓ ଏଥି ସହିତ  ଆଇଟି କ୍ଷେତ୍ରରେ ସ୍ଥାନୀୟ ନିଯୁକ୍ତିକୁ ମଧ୍ୟ ବେଶ ପ୍ରୋତ୍ସାହିତ କରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories