www.samajalive.in
Sunday, December 14, 2025
17.1 C
Bhubaneswar

ଏସ୍‌ସିବିରେ କମଳା ପୂଜାରୀ

ଜୟପୁର: ପଦ୍ମଶ୍ରୀ କମଳା ପୁଜାରୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଜୟପୁର ଜିଲା ଚିକିତ୍ସାଳୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିିଗିଡ଼ିଯିବାରୁ ଡାକ୍ତର କଟକ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ । ଗତକାଲି ସକାଳୁ କମଳାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି । ଗତ ୨୧ ତାରିଖରେ କମଳା ପୁଜାରୀଙ୍କୁ ଜ୍ୱର ଓ ଝାଡ଼ା ହେବାରୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଜୟପୁର ଜିଲା ଚିକିତ୍ସାଳୟକୁ ଅଣାଯାଇ ଭର୍ତ୍ତି କରାଯାଇଥିଲା ।

ଜିଲା ଚିକିତ୍ସାଳୟର ଭେଷଜ ମହିଳା ୱାର୍ଡରେ ଥିବା ୫ନଂ କ୍ୟାବିନ୍‌ରେ ତାଙ୍କୁ ରଖାଯାଇ ଡାକ୍ତରମାନେ ଚିକିତ୍ସା କରୁଥିଲେ। କମଳା ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ବିଭିନ୍ନ ରାଜନୈତିକ ଦଳର ନେତା ଓ ପ୍ରଶାସନିକ ଅଧିକାରୀ ଆସି ଭେଟିଥିଲେ । ଜିଲା ଚିକିତ୍ସାଳୟର ଚାରିଜଣିଆ ଡାକ୍ତର ଟିମ୍‌ କମଳାଙ୍କୁ ଚିକିତ୍ସା କରୁଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିଛିଟା ସୁଧୁରି ଆସୁଥିବା ବେଳେ ରକ୍ତ ପରୀକ୍ଷା ବେଳେ କ୍ରିଏଟିନ୍‌ ଅଧିକ ଥିବାର ଦେଖାଯାଇଥିଲା। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ କୋରାପୁଟ ସିଡ଼ିଏମ୍‌ଓ ଆଲୋଚନା

- Advertisement -

କରିବା ପରେ ତାଙ୍କୁ କଟକ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବୁଧବାର ସକାଳ ୧୦ ଟାରେ ଆମ୍ବୁଲାନ୍ସରେ ପଦ୍ମଶ୍ରୀ କମଳାଙ୍କୁ କଟକ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସିଡିଏମ୍‌ଓ ଅରୁଣ ପାଢ଼ି ସୂଚନା ଦେଇଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories