ଉପସ୍ଥାନ ବେଳେ ‘ଜୟ ହିନ୍ଦ୍’ ବାଧ୍ୟତାମୂଳକ
ଭୋପାଳ: ସ୍କୁଲ୍ରେ ଉପସ୍ଥାନ ବେଳେ ଛାତ୍ରଛାତ୍ରୀମାନେ ‘ଜୟ ହିନ୍ଦ୍’ କହିବାକୁ ପଡ଼ିବ ବୋଲି ମଧ୍ୟପ୍ରଦେଶ ସରକାର ସବୁ ସ୍କୁଲ୍କୁ ନିର୍ଦେଶ ଦେଇଛନ୍ତି। ପିଲାଙ୍କ ମନରେ ଦେଶାତ୍ମବୋଧକ ଭାବନା ଜାଗ୍ରତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ମଧ୍ୟପ୍ରଦେଶ ସ୍କୁଲ୍ଶିକ୍ଷା ମନ୍ତ୍ରୀ ବିଜୟ ଶାହା କହିଛନ୍ତି। ମଧ୍ୟପ୍ରଦେଶର ୧.୨୨ ଲକ୍ଷ ସରକାରୀ ସ୍କୁଲ୍ ପାଇଁ ଏହି ନିର୍ଦେଶନାମା ବାଧ୍ୟତାମୂଳକ କରାଯାଇଥିବା ବେଳେ ଘରୋଇ ସ୍କୁଲ୍ ପାଇଁ ଏହାକୁ ଇଚ୍ଛାଧୀନ ବୋଲି କୁହାଯାଇଛି। ଅପରପକ୍ଷରେ କଂଗ୍ରେସ ପକ୍ଷରୁ ଏହି ନିର୍ଦେଶନାମାକୁ ଦୃଢ଼ ନିନ୍ଦା କରାଯାଇଛି। ପୂର୍ବରୁ ମଧ୍ୟପ୍ରଦେଶର ସବୁ ସ୍କୁଲ୍ରେ ଜାତୀୟ ସଙ୍ଗୀତକୁ ବାଧ୍ୟତାମୂଳକ କରାଯାଇଛି।