ଜାପାନରେ ପ୍ରବଳ ବର୍ଷା: ୨୭ ମୃତ

0

ଟୋକିଓ : ଜାପାନର ପଶ୍ଚିମ ଏବଂ କେନ୍ଦ୍ରୀୟ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ୨୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୪୭ ଜଣ ଲୋକ ନିଖୋଜ ଅଛନ୍ତି। ମୁଷଳଧାରାରେ ବର୍ଷା ଲାଗି ରହିଥିବାରୁ ମୋଟୋୟାମା, ହିରୋସିମା, ଟାକାସିମା, ହୋନ୍‍ସୁ ସମେତ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡିଛି। ଲକ୍ଷାଧିକ ଲୋକ ଜଳଘେରରେ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଇତିମଧ୍ୟରେ ୧.୬ ନିୟୁତ ଲୋକଙ୍କୁ ସେମାନଙ୍କ ବାସଗୃହରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗତ ଦୁଇ ଦିନ ହେବ ବର୍ଷା ଲାଗି ରହିବା ସାଙ୍ଗକୁ ପ୍ରବଳବେଗରେ ପବନ ବୋହୁଛି। ଏହା ଦେଶର ସବୁଠାରୁ ବଡ଼ ବର୍ଷା ଜନିତ ବିପର୍ଯ୍ୟୟ ବୋଲି ଦେଶର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ନଦୀ ଜଳ ବିପଦ ସଙ୍କେତ ନିକଟତର ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଆଶଙ୍କା ରହିଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

kalyan agarbati
Leave A Reply