www.samajalive.in
Tuesday, December 9, 2025
15.1 C
Bhubaneswar

ଭାରତ-ଜାପାନ ଗୁପ୍ତ ସୁରକ୍ଷା ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ : ଚୀନ୍‍ର ବିସ୍ତାରବାଦୀ ନୀତିକୁ ପ୍ରତିହତ କରିବା ପାଇଁ ଜାପାନ ଏବେ ଭାରତ, ବ୍ରିଟେନ ଓ ଅଷ୍ଟ୍ରେଲିଆ ସହ ସୁରକ୍ଷା ସଂକ୍ରାନ୍ତ ଚୁକ୍ତି ସ୍ୱାକ୍ଷରିତ କରିଛି। ଏହି ଚୁକ୍ତି ଅନୁଯାୟୀ ଉପରୋକ୍ତ ଦେଶ ସହ ଜାପାନ ପ୍ରତିରକ୍ଷା ସଂକ୍ରାନ୍ତ ତଥ୍ୟ ଆଦାନପ୍ରଦାନ କରିପାରିବ। ଏଥିପାଇଁ ଜାପାନ ନିଜେ ଦେଶରେ ଲାଗୁ ହୋଇଥିବା ‘​ଷ୍ଟେଟ୍‍ ସିକ୍ରେଟ୍‍ ଲ’ରେ ସଂଶୋଧନ କରିବାକୁ ଯାଉଛି। ଏହି ଆଇନ ଅନୁଯାୟୀ ଜାପାନର ରାଷ୍ଟ୍ରୀୟ ସୁରକ୍ଷାକୁ କ୍ଷତି ପହଞ୍ଚାଉଥିବା ଯେକୌଣସି ବ୍ୟକ୍ତି ଅଥବା ସଂଗଠନ ଉପରେ ସେଠାକାର ସରକାର ଜୋରିମାନା ସହ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଘୋଷଣା କରିପାରିବେ। ପୂର୍ବ ଚୀନ୍‍ ସାଗରରେ ଗତ କିଛି ବର୍ଷ ହେଲା ଚୀନ୍‍ ସର୍ବଦା ଜାପାନ ପ୍ରତି ସମସ୍ୟା ସୃଷ୍ଟି କରି ଆସୁଛି। ଉପରୋକ୍ତ ଗୁପ୍ତ ବୁଝାମଣା କେବଳ ଜାପାନ ଓ ଆମେରିକା ମଧ୍ୟରେ ହୋଇଥିଲା। ଏବେ ଭାରତ ସମେତ ଉପରୋକ୍ତ ଦେଶଗୁଡ଼ିକ ସହ ଜାପାନ ଏହି ଚୁକ୍ତି ସ୍ୱାକ୍ଷରିତ କରିଛି। ଏହାଦ୍ୱାରା ଗୋଟିଏ ଦେଶ ଅନ୍ୟ ଦେଶ ସହ ସୁରକ୍ଷା ସଂକ୍ରାନ୍ତ ତଥ୍ୟ ଆଦାନ-ପ୍ରଦାନ କରିପାରିବ। ନିକଟରେ ହଂକଂ ଉପରେ ଚୀନ୍‍ ଲାଗୁ କରିଥିବା ନୂତନ ଆଇନକୁ ଜାପାନ ବିରୋଧ କରିଛି। ଜାପାନବାସୀ ଚୀନ୍‍ ସରକାରଙ୍କ ବିରୋଧ କରିଥା’ନ୍ତି। ଏଥିପାଇଁ ଚୀନ୍‍ ରାଷ୍ଟ୍ରପତିଙ୍କ ଜାପାନ ଗସ୍ତ ବାତିଲ୍‍ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories