ସମଲିଙ୍ଗୀ ସମ୍ପର୍କ ପାଇଁ ସାଙ୍ଗକୁ ହତ୍ୟା!, ଅଭିଯୁକ୍ତକୁ ଧରିଲା ପୁଲିସ

ଖୋର୍ଦ୍ଧା: ଜଙ୍କିଆ ଥାନା ଶଗଡ଼ଭଙ୍ଗାରେ ସାଙ୍ଗକୁ ସାଙ୍ଗ ମାରିବା ଘଟଣାର ଅଭିଯୁକ୍ତ ସୋମନାଥ ଲାଠକୁ ଯାଜପୁରରୁ ପୁଲିସ ଗିରଫ କରିଛି। ସମଲିଙ୍ଗୀ ସମ୍ପର୍କକୁ ନେଇ ରଶ୍ମିକୁ ପିଟିପିଟି ହତ୍ୟା କରି ଘଟଣାସ୍ଥଳରୁ ସୋମନାଥ ଚମ୍ପଟ ମାରିଥିଲା। ରଶ୍ମିଙ୍କୁ ଜଣେ ଯୁବତୀ ପସନ୍ଦ କରିବାରୁ ଏଥିରେ ସୋମନାଥ ଉତକ୍ଷୀପ୍ତ ହୋଇଯାଇଥିଲା। ଘରଭିତରେ ରଶ୍ମିକୁ ପିଟିପିଟି ହତ୍ୟା କରିବା ପରେ ଘଟଣାସ୍ଥଳରୁ ସୋମନାଥ ଫେରାର ହୋଇଯାଇଥିଲା ବୋଲି ଜଙ୍କିଆ ପୁଲିସ ସୂଚନା ଦେଇଛି।

prayash

ଗତ ୨ ତାରିଖରେ ସାଙ୍ଗ ରଶ୍ମିରଞ୍ଜନ ବଳିଆରସିଂହକୁ ହତ୍ୟା କରିଥିଲା ସୋମନାଥ ଲାଠ। ହତ୍ୟାକାଣ୍ଡ ଭିଆଇବା ପରେ ଘଟଣାସ୍ଥଳରୁ ସୋମନାଥ ଫେରାର ହୋଇଯାଇଥିଲା।

Comments are closed.