www.samajalive.in
Monday, December 15, 2025
17.1 C
Bhubaneswar

ପିଏନ୍‍ବି ପରିଚାଳନା ନିର୍ଦେଶକଙ୍କ ଭୁବନେଶ୍ୱର ଗସ୍ତ

ଭୁବନେଶ୍ୱର: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନବି)ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଅତୁଲ କୁମାର ଗୋଏଲ ଦୁଇଦିନିଆ ଭୁବନେଶ୍ୱର ଗସ୍ତରେ ଆସିଛନ୍ତି। ସର୍ବଭାରତୀୟ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଅଧିକାରୀ ସଂଘର ସଦସ୍ୟମାନେ ସହାୟକ ସାଧାରଣ ସମ୍ପାଦକ ବୈଲୋଚନ ସାହୁଙ୍କ ନେତୃତ୍ୱରେ ଶ୍ରୀ ଗୋଏଲଙ୍କୁ ସ୍ୱାଗତ ଜଣାଇଥିଲେ।

ଏହି ଅବସରରେ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ଏ. ଉଦୟ ଭାସ୍କର ରେଡ୍ଡି ଏବଂ ଉପ-ଆଞ୍ଚଳିକ ପ୍ରବନ୍ଧକ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ। ଶ୍ରୀ ଗୋଏଲଙ୍କ ଏହି ଗସ୍ତ ଅବସରରେ ସେ ଗ୍ରାହକମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ସେ ମଧ୍ୟ ପାର୍ଲିଆମେଣ୍ଟରୀ କମିଟି ବୈଠକରେ ଯୋଗ ଦେବା ସହ ରାଜ୍ୟରେ ଥିବା ବ୍ୟାଙ୍କ ଗୁଡିକର କାର୍ଯ୍ୟଦକ୍ଷତା ଉପରେ ସମୀକ୍ଷା କରିବେ। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ହେଉଛି ୧୨୮ ବର୍ଷ ପୂରଣ କରିଥିବା ପ୍ରଥମ ସ୍ୱଦେଶୀ ବ୍ୟାଙ୍କ ଯାହାର ରାଜ୍ୟର ୩୦ ଟି ଜିଲାରେ ଶାଖା ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories