ପାଗଳର ମରଣାନ୍ତକ ଆକ୍ରମଣରେ ନାବାଳିକା ଗୁରୁତର

ଦଶପଲ୍ଲା: ପାଗଳର ମରଣାନ୍ତକ ଆକ୍ରମଣରେ ଜଣେ ନାବାଳିକା ଗୁରୁତର ହୋଇଥିବା ସୂଚନା ମିଳିଛି। ବାଣୀଗୋଚ୍ଛା ଥାନା ମିଳିଗାଡୁ ଗାଁରେ ପାଗଳର ଉନ୍ମତ୍ତକାଣ୍ଡ ଯୋଗୁ ଏଭଳି ଅଘଟଣ ଘଟିଛି। ପାଗଣ ଜଣକ ଏକ ଟାଙ୍ଗିଆରେ ନାବାଳିକାକୁ ଆକ୍ରମଣ କରିଥିଲେ। ଟାଙ୍ଗିଆ ଆକ୍ରମଣରେ ନାବାଳିକାର ବେକରେ ଗଭୀର ଆଘାତ ଲାଗିଥିଲା। ପାଗଳର ଟାଙ୍ଗିଆ ଆକ୍ରମଣରେ ନାବାଳିକା ଗୁରୁତର ହୋଇପଡ଼ିଥିଲା। ଗୁରୁତର ଅବସ୍ଥାରେ ନାବାଳିକାକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତକୁ ଥାନାରେ ଅଟକ ରଖି ପୁଲିସ ପଚରା ଉଚୁରା ଜାରି ରଖିଛି।

Comments are closed.