ଖୁଣ୍ଟୁକଟାରେ ବିଜେଡିର ଜନସଂପର୍କ ପଦଯାତ୍ରା

ଆଠଗଡ :  ବିଜୁ ଜନତା ଦଳ ପକ୍ଷରୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜନସଂପର୍କ ପଦଯାତ୍ରା କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଠଗଡ ବିଜେଡି ପକ୍ଷରୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ୩୪ଟି ଯାକ ପଞ୍ଚାୟତ ଓ ଆଠଗଡ ଏନଏସିରେ ଜନସଂପର୍କ ପଦଯାତ୍ରା କରାଯାଉଥିବାବେଳେ ଆଠଗଡ ବ୍ଲକର ଖୁଣ୍ଟକଟା ପଞ୍ଚାୟତରେ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ, ଜିଲ୍ଲା ବିଜେଡି ଉପସଭାପତି ନୃସିଂହ ଚରଣ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା, ଜିଲ୍ଲା ପରିଷଦର ପୂର୍ବତନ ଉପାଧ୍ୟକ୍ଷା ସୁନିଲ ପରିଡା, ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି, ଜିଲ୍ଲା ଯୁବ ବିଜେଡି ସଂପାଦକ ପ୍ରଦୀପ୍ତ ଦାସ, ଖୁଣ୍ଟକଟା ସରପଞ୍ଚ ମନୋଜ ନାୟକ, ସମିତି ସଭ୍ୟା ଜୟଶ୍ରୀ ଦେଉରୀ, ବରିଷ୍ଠ ନେତା ଅକ୍ଷୟ ମହାରଣା, ଯୁବନେତା ଅଶ୍ୱିନୀ କୁମାର ଜେନା ପ୍ରମୁଖ ଯୋଗଦେଇ ନବୀନ ପଟ୍ଟନାୟକ ନେତୃତ୍ୱରେ ବିଜେଡି ସରକାର ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟ ସଂପର୍କରେ ଲୋକଙ୍କୁ ଅବଗତ କରିଥିଲେ । ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା ସମୟରେ ଘରକୁ ଘର ବୁଲି ବିଜେଡି ନେତାମାନେ ଲୋକଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିବା ସହ ସେଗୁଡିକର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ସୁବର୍ଣ୍ଣମଞ୍ଜରୀ ଭଞ୍ଜ, ମହିଳା ବିଜେଡି ନେତ୍ରୀ ଶ୍ରାବଣୀ ଜେନା, ଦମୟନ୍ତୀ ରଣା, ବିଜେଡି ନେତା ଶିବାନନ୍ଦ ଦାଶ, ଛାତ୍ରନେତା ଶୁଭେନ୍ଦୁ ବେଉରା, ମୁରଲୀଧର ନାୟକ, ବିକାଶ ରାୟ, ବିଭୁତି ଖଟୁଆ, ବିଜୁନ ମାଝୀ, ପାର୍ଥସାରଥୀ ବେହେରା ପ୍ରମୁଖ ମଧ୍ୟ ବିଭିନ୍ନ ସ୍ଥାନରେ ଭାଷଣ ଦେଇ ରାଜ୍ୟର ବିକାଶ ରଥକୁ ଗତିଶୀଳ କରିବା ପାଇଁ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ଲାଗି ଆହ୍ୱାନ ଜଣାଇଥିଲେ। ଏହି ପଦଯାତ୍ରାରେ ପ୍ରାୟ ୨ହଜାରରୁ ଉର୍ଦ୍ଧ ଯୁବ, ଛାତ୍ର, ମହିଳା ବିଜେଡି କର୍ମୀ ଯୋଗଦେଇ ଦଳର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସଂକଳ୍ପ କରିଥିଲେ।

Comments are closed.