www.samajalive.in
Tuesday, December 9, 2025
15.1 C
Bhubaneswar

କେବେ ଦୂରହେବ ଜନନୀ ଯନ୍ତ୍ରଣା? ସାଙ୍ଗୀଭାରରେ ଜଙ୍ଗଲ ପାର ବେଳେ ଗଛମୂଳେ ପ୍ରସବ

ପାତ୍ରପୁର: ପାତ୍ରପୁର ବ୍ଲକର ବହୁ ଦୁର୍ଗମ ଆଦିବାସୀ ଗ୍ରାମକୁ ରାସ୍ତାଟିଏ ନାହିଁ। ଯାହା ଫଳରେ ରୋଗୀ ଓ ଗର୍ଭବତୀ ମହିଳାଙ୍କ ପ୍ରସୂତୀ ସହ ସାଧାରଣ ଲୋକ ପାହାଡ଼ ତଳକୁ ଆସିବା ବେଳେ ବହୁ କଷ୍ଟ ଅନୁଭବ କରିବା ନିତିଦିନିଆ ଘଟଣା ପାଲଟିଛି। ତେବେ ଆଙ୍କୁଲି ତାରାସିଙ୍ଗ ଗ୍ରାମର ଗର୍ଭବତୀ ମହିଳା ପ୍ରସବଜନିତ ଯନ୍ତ୍ରଣାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଛଟପଟ ହେବା ଦେଖି ଡାକ୍ତରଖାନାକୁ ଆଣିବା ବେଳେ ଘଞ୍ଚ ଜଙ୍ଗଲର ଏକ ଗଛ ମୂଳେ ସନ୍ତାନ ପ୍ରସବ କରିଛନ୍ତି। ମହିଳା ଜଣକ ଆଙ୍କୁଲି ପଂଚାୟତ ତାରସିଙ୍ଗ ଗ୍ରାମର ଜାଗିଲି ପ୍ରଧାନଙ୍କ ପତ୍ନୀ ମାମି ପ୍ରଧାନ ବୋଲି ଜଣାପଡ଼ିଛି । ଗତକାଲି ଏହି ଘଟଣା ଘଟିଥିବା ବେଳେ ଆଜି ସାମ୍ନାକୁ ଆସିଛି। ପ୍ରସୂତିଙ୍କୁ ତାଙ୍କ ସ୍ୱାମୀ ଜାଗିଲି ପ୍ରଧାନ ଏବଂ ଗ୍ରାମବାସୀ ସାଗୀଭାର(ଦୋଳା) ସାହାଯ୍ୟରେ ପାହାଡ଼ ତଳ ତରମୁଣ୍ଡା ବୋହି ନେଉଥିଲେ। ଗ୍ରାମଠାରୁ ତରମୁଣ୍ଡା ପ୍ରାୟ ଦଶ କିଲୋମିଟର ଦୂର ହେଉଥିବା ବେଳେ ମଝି ରାସ୍ତାରେ ମାମିଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା।

ପାତ୍ରପୁର ବ୍ଲକର ଆଙ୍କୁଲି ବୁରାତାଲ ସମେତ ଅନ୍ୟ ପଂଚାୟତର କେତେକ ଗ୍ରାମକୁ ରାସ୍ତାଟିଏ ନାହିଁ। ଯାହା ଫଳରେ ଲୋକମାନେ ରାସ୍ତା ସମସ୍ୟା ଯୋଗୁଁ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ କିଛି ବର୍ଷ ମଧ୍ୟରେ କେତେକ ଗ୍ରାମକୁ ରାସ୍ତା ନିର୍ମାଣ ହୋଇଥିବା ବେଳେ ରାସ୍ତାଟିଏ ନଥିବା ଗ୍ରାମକୁ ଖସଡ଼ା ପ୍ରସ୍ତୁତକରି ରାସ୍ତାନିର୍ମାଣ କଲେ ଲୋକଙ୍କ ପଥ କଷ୍ଟ ଦୂର ହୋଇପାରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories