ସୁକିନ୍ଦାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଯାଜପୁର: ରାଜ୍ୟର ବିକାଶ ବିଜେଡିର ପ୍ରାଥମିକତା । ଜନ ସମ୍ପର୍କ ସ୍ଥାପନ କରି ଲୋକଙ୍କ ସେବା ସହିତ ବିକାଶକୁ ସବୁ ସମୟରେ ପ୍ରିୟ ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେଇଛନ୍ତି । ଫଳରେ ବିଜେଡି ଆଜି ରାଜ୍ୟବାସୀଙ୍କ ସହିତ ଆବେଗିକ ସମ୍ପର୍କ ଯୋଡ଼ିଛି । ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ସୁକିନ୍ଦା ବ୍ଲକ କୁହିକା ପଞ୍ଚାୟତରେ ପଦଯାତ୍ରା ଅବସରରେ ଏହା କହିଛନ୍ତି। କୁହିକାର ବିକାଶ ପାଇଁ ବିଜେଡି ସରକାର ବିଭିନ୍ନ ଜନ-କଲ୍ୟାଣକାରୀ ଯୋଜନା କରିଥିଲା ବେଳେ ଆଗକୁ ମଧ୍ୟ ବିକାଶ ଧାରା ଜାରି ରହିବ ବୋଲି କହି ସହଯୋଗ କାମନା କରିଛନ୍ତି । କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳ ପ୍ରମୁଖ ଯୋଗଦାନ କରିଥିଲେ ।

Comments are closed.