www.samajalive.in
Sunday, December 14, 2025
17.1 C
Bhubaneswar

ଜମ୍ମୁ-କାଶ୍ମୀର ବାଦଲଫଟା ବର୍ଷା ; ମୃତ୍ୟୁ ସଂଖ୍ୟା ୬୫

ଶ୍ରୀନଗର : ଜମ୍ମୁ-କାଶ୍ମୀରର କିସ୍ତୱାଡରେ ବାଦଲ ଫଟା ବର୍ଷା ପରେ ଏଯାଏଁ ପ୍ରାୟ ୬୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର କରାଯାଇ ୧୧୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ କିସ୍ତୱାରରେ ପହଞ୍ଚିଥିଲେ। ଅବଦୁଲ୍ଲା କହିଛନ୍ତି ଯେ ନିଖୋଜ ଲୋକଙ୍କ ସଂଖ୍ୟା ଆକଳନ କରାଯାଉଛି। ଏହି ସମୟରେ, କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ମଧ୍ୟ ବିଳମ୍ବିତ ରାତିରେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ।
କିସ୍ତୱାଡରେ ବର୍ଷା ହେଉଛି। ଏହି କାରଣରୁ ଦଳକୁ ଉଦ୍ଧାର କାର୍ଯ୍ୟ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପାଣିପାଗ ବିଭାଗ ମଧ୍ୟ ପାଗ ସମ୍ପର୍କରେ ସତର୍କ ସୂଚନା ଜାରି କରିଛି। କାମ ବିନା ଘରୁ ବାହାରକୁ ନ ଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

। ଏସଡିଆରଏଫ୍‌ ଓ ଏନଡିଆରଏଫ୍‌ ସମେତ ସେନା ଯବାନଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ଧ୍ବଂସସ୍ତୂପ ତଳେ ଅଧିକାଂଶ ପୋତି ହୋଇପଡିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ କିସ୍ତୱାଡର ଚାସୋତି ଗ୍ରାମ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ଶ୍ରଦ୍ଧାଳୁ ସାମିଲ ଥିବା କୁହାଯାଇଛି। ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଥିବାରୁ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିବା କଷ୍ଟକର ହୋଇପଡୁଛି।

ଆକର୍ଷଣୀୟ ଲୁକ୍‌.. ସ୍ମାର୍ଟ ଫିଚର, ୟାମାହା ଏକାଠି ଆଣିଲା ୨ଟି ହାଇବ୍ରିଡ୍‌ ସ୍କୁଟର, ଦାମ୍‌ ଏତିକି ..

- Advertisement -

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories