ଜମ୍ମୁ-କାଶ୍ମୀରର ୩୩ ସ୍ଥାନରେ ସିବିଆଇ ଚଢ଼ଉ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ୩୩ଟି ସ୍ଥାନରେ ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ତରଫରୁ ଚଢ଼ଉ କରାଯାଇଥିଲା। ଜମ୍ମୁ-କାଶ୍ମୀର ସର୍ଭିସେସ୍‌ ସିଲେକ୍‌ସନ ବୋର୍ଡ (ଜେକେଏସଏସବି) ଦ୍ବାରା ପରିଚାଳିତ ସବ୍‌-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ​‌େ​‌ହାଇଥିବା ଅଭିଯୋଗରେ ସିବିଆଇ ତରଫରୁ ଏହି ଚଢ଼ଉ ହୋଇଥିବା ଜଣାପଡ଼ିଛି। ସିବିଆଇ ତରଫରୁ ଜେକେଏସଏସବିର ପୂର୍ବତନ ଅଧ୍ୟକ୍ଷ ଖାଲିଦ୍‌ ଜାହାଙ୍ଗିର ଓ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାରଙ୍କ ବାସଭବନ ସମେତ ୩୩ଟି ସ୍ଥାନରେ ସିବିଆଇ ଚଢ଼ଉ କରିଥିଲା।

prayash

ଏହି ମାମଲାରେ ଜମ୍ମୁ, ଶ୍ରୀନଗର ସମେତ ହରିୟାଣାର ମହେନ୍ଦ୍ରଗଡ, ରେୱାରି, ଗୁଜରାଟର ଗାନ୍ଧୀନଗର, ଦିଲ୍ଲୀ, ଉତ୍ତରପ୍ରଦେଶର ଗାଜିଆବାଦ୍‌ ଓ ବେଙ୍ଗାଲୁରୁରେ ପୂର୍ବରୁ ମଧ୍ୟ ସିବିଆଇ ତରଫରୁ ଚଢ଼ଉ କରାଯାଇଥିଲା। ମିଳିଥିବା ସୂଚନାନୁଯାୟୀ ଜମ୍ମୁ-କାଶ୍ମୀର ସବ୍‌ଇନ୍ସପେକ୍ଟର ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ ସିବିଆଇ ତରଫରୁ ୩୩ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗତ ମାର୍ଚ୍ଚରେ ସବ୍‌ଇନ୍ସପେକ୍ଟର ନିଯୁକ୍ତି ପାଇଁ ହୋଇଥିବା ଲିଖିତ ପରୀକ୍ଷାରେ ପାସ୍‌ କରାଇବାକୁ ଜେକେଏସଏସବି ଅଧିକାରୀମାନେ ପ୍ରାର୍ଥୀଙ୍କ ଠାରୁ ଅର୍ଥ ନେଇଥିବା ଅଭିଯୋଗ ହୋଇଥିଲା।

kalyan agarbati

Comments are closed.