ବାରାମୂଳାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ; ଜଣେ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର: ବାରାମୂଳାରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ବାରାମୂଳାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀ ମାନେ ବିଶେଷ ସୂତ୍ରରୁ ଖବର ପାଇଥିଲେ । ଖବର ପାଇବା ପରେ ସମ୍ପୃକ୍ତ ଅଞ୍ଚଳକୁ ନାକାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଫଳରେ ଉଭୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।

ଯାହାଦ୍ୱାରା ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ମୃତ ଆତଙ୍କବଦୀ ଲସ୍କର-ଏ-ତୋଏବାର ସଦସ୍ୟ ହୋଇଥିବା ସୂଚନା ମିଳିଛି । ନିହତ ଆତଙ୍କବାଦୀ ନିକଟରୁ ଗୋଟିଏ ଏ.କେ ରାଇଫଲ ଜବତ ହୋଇଥିବା ବେଳେ ୨ଟି ମାଗାଜିନ୍‍ ସହ ୩୦ ରାଉଣ୍ଡ ଗୁଳି ମଧ୍ୟ ସୁରକ୍ଷାକର୍ମୀ ମାନେ ଜବତ କରିଛନ୍ତି । ଘଟଣାସ୍ଥଳରେ ଏବେବି ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି ରଖିଥିବା ଜଣାପଡ଼ିଛି ।

Comments are closed.