www.samajalive.in
Saturday, December 6, 2025
16.1 C
Bhubaneswar

ଦୁଇ କଣ୍ଟେନର ଧକ୍କା, ଡ୍ରାଇଭର ଗୁରୁତର

ଜଳେଶ୍ଵର: ଦୁଇ କଣ୍ଟେନର ଧକ୍କା, ଡ୍ରାଇଭର ଗୁରୁତର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ୬୦ ନଂ ଜାତୀୟ ରାଜପଥରେ। ଆଜି ଭୋର ସମୟରେ ଏନଏଚ୍ ୬୦ ବାଲେଶ୍ଵର ପଟୁ ଏକ ପାର୍ସଲ ବୋଝେଇ କଣ୍ଟେନର ଆସୁଥିଲା। ଏତିକିବେଳେ ବିପରୀତ ଦିଗରୁ ଅତି ଦ୍ରୁତ ଗତିରେ ଆସୁଥିବା ଅନ୍ୟ କଣ୍ଟେନର ତାକୁ ଧକ୍କା ଦେଇଥିଲା। ଫଳରେ ପାର୍ସଲ ବୋଝେଇ କଣ୍ଟେନରଟି  ଭାରସାମ୍ୟ ହରାଇ ଏନଏଚ୍ କଡକୁ ଖସି ପଡିଥିଲା। ଏଥିରେ ଥିବା ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛନ୍ତି। ଘନ କୁହୁଡି ଯୋଗୁଁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ପରେ ଖବର ପାଇ ସ୍ଥାନୀୟ ପୁଳିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories