ଜୟଦେବ ବାଟିକା ଛକରେ ଖୋଲିଲା ଜଳଛତ୍ର
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଫଳରେ ରାଜଧାନୀରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରି ସାରିଲାଣି। ଏହି ପ୍ରବଳ ଖରାରେ ରାସ୍ତାକଡ଼ରେ ଯାଉଥିବା ଲୋକଙ୍କ ପାଇଁ ସାମାଜିକ ଯୁବ ସଂଗଠନ ପକ୍ଷରୁ ଖଣ୍ଡଗିରି ଜୟଦେବ ବାଟିକା ଛକଠାରେ ଏକ ଜଳଛତ୍ର ଖୋଲାଯାଇଛି। ସଂଗଠନର ସଭାପତି ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ବରେ ବିଶୁଦ୍ଧ ଥଣ୍ଡା ପାଣି ଓ ଦହି ପାଣି ବଣ୍ଟନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଏହି ଜଳଛତ୍ର ଶିବିରରେ ଶିବ ପ୍ରସାଦ ସେଣ, ରଞ୍ଜନ ପ୍ରଧାନ, ଅମର କୁମାର ନାୟକ, ଶିବରାମ, ପୁରୁଷୋତ୍ତମ ବାରିକ, ସନ୍ତୋଷ କୁମାର ପାତ୍ର, ଆଶିଷ ପଟ୍ଟନାୟକ, ମୁରଲୀ ଲାଲ, ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ରହି ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀଙ୍କୁ ଜଳ ପ୍ରଦାନ କରୁଛନ୍ତି। ଏହି ଜଳଛତ୍ର ଏକ ମାସ ଚାଲୁ ରହିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.