ଜାଲ୍‌ନୋଟ କାରବାରରେ ବାପା ଓ ପୁଅ ସମେତ ୩ ଗିରଫ

0

ରାୟଗଡ଼ା: ଚାନ୍ଦିଲି ପୁଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା । ଜଞ୍ଜିଲବାଡି ଗାଁରେ ଚୈତ୍ର ଯାତ୍ରା ଚାଲିଥିବା ବେଳେ ପୁଲିସ୍‌ ଚଢାଉ କରି ୫୦୦ ଟଙ୍କିଆ ଜାଲ ନୋଟ୍‌ ସହ ୧୦ ହଜାର ଟଙ୍କା ଜବତ କରିଛି । ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଏହି ଚଢାଉ କରିଥିଲା। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୩ଟି ମୋବାଇଲ୍‌ ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କୋଲନରା ଗାଁର ଦଶମନ୍ତ ଜେନା ଓ ତାଙ୍କ ପୁଅ ରଂଜନ ଜେନା ଏବଂ ପୁଟାସିଂ ଗାଁର ରାଜକୁମାର ପାଣି । ଅଞ୍ଚଳରେ ଜାଲ୍‌ନୋଟ କାରବାରର ଏକ ରାକେଟ ଚାଲିଥିବା ଓ ଏହାର ଚେର ଆନ୍ଧ୍ରପ୍ରଦେଶ ପର୍ୟ୍ୟନ୍ତ ଲମ୍ବିଛି ବୋଲି ପୁଲିସ୍‌ କହିଛି।

Leave A Reply