www.samajalive.in
Tuesday, December 9, 2025
16.1 C
Bhubaneswar

ସମରକଳା ତାଲିମ ନେଲେ ଜ୍ୟାକଲିନ୍

ଆବୁଧାବିରେ ‘ରେସ୍-୩’ ଚଳଚ୍ଚିତ୍ରର ଶେଷ ପର୍ୟ୍ୟାୟ ସୁଟିଂ ଜୋରସୋରରେ ଆଗେଇ ଚାଲିଛି। ରେମୋ ଡିସୁଜା ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ସଲମାନ୍ ଖାନ୍, ଅନିଲ କପୁର, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ବବିଦେଓଲ ଦେଖାଦେବେ। ଶେଷ ଭାଗର ଆକ୍ସନ୍ ଦୃଶ୍ୟ ସୁଟିଂ ନିମନ୍ତେ ଜ୍ୟାକଲିନ୍ ସମରକଳା ତାଲିମ ନେଇଛନ୍ତି। ମୁମ୍ବଇରେ ପ୍ରଶିକ୍ଷକ କୁଲଦୀପ ୨ ସପ୍ତାହରେ ତାଙ୍କୁ ଏହି ତାଲିମ ଦେଇଥିବାର ପ୍ରକାଶ।

ପ୍ରଥମଥର ଜ୍ୟାକଲିନ୍ ଆକ୍ସନ୍ ଭୂମିକାରେ ଦେଖାଦେବେ। ୧ସପ୍ତାହ ମଧ୍ୟରେ ତାଙ୍କ ଖାଦ୍ୟତାଲିକା ପରିବର୍ତ୍ତନ କରାଗଲା। କାରଣ ଆକ୍ସନ୍ ଦୃଶ୍ୟ ପୂର୍ବରୁ କଳାକାରଙ୍କୁ ଭଲଭାବେ ପ୍ରସ୍ତୁତି କରିବାକୁ ପଡ଼େ। ଏଣୁ ପୋଷକତତ୍ତ୍ବ ଭରପୂର ଖାଦ୍ୟ ଓ ଫଳରସ ସେ ନିୟମିତ ଭାବେ ଖାଇବା ଆରମ୍ଭ କଲେ। ଜ୍ୟାକଲିନଙ୍କ ମତରେ ଏହା ଏତେ ସହଜ ନଥିଲା। ଦିନ ଭିତରେ ୭ ଘଣ୍ଟା ସେ ଅଭ୍ୟାସ କରୁଥିଲେ। ବେଜିଂରୁ ମଧ୍ୟ ଜଣେ ପ୍ରଶିକ୍ଷକ ଆସି ଜ୍ୟାକଲିନଙ୍କୁ ୨ ଦିନ ତାଲିମ ଦେଇଛନ୍ତି। ପୂରା ଚଳଚ୍ଚିତ୍ରରେ ଜ୍ୟାକଲିନଙ୍କ ଆକ୍ସନ୍ ଦୃଶ୍ୟ ୧୦ ମିନିଟର ରହିବ ବୋଲି ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories