www.samajalive.in
Sunday, December 7, 2025
23.1 C
Bhubaneswar

‘ମାଆ କେବେ ହାର୍‌ ମାନେ ନାହିଁ’; ଦେଖନ୍ତୁ ଭିଡିଓ, କେମିତି ସିଂହ ଦଳ କବଳରୁ ଛୁଆର ଜୀବନ ରକ୍ଷା କଲା ମଇଁଷି

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଜୀବଜନ୍ତୁଙ୍କ ଭିଡିଓ ଭାଇରାଲ୍‌ ହୋଇଥାଏ । ଯାହା ବେଶ ମନଛୁଆଁ ହୋଇଥିବା ସହ ଆଶ୍ଚର୍ଯ୍ୟଚକିତ ମଧ୍ୟ କରିଥାଏ । ଭିଡିଓରେ ଦେଖାଯାଏ, ଜଙ୍ଗଲୀ ଜନ୍ତୁ ହେଲେ ମଧ୍ୟ ମାଆ ନିଜ ଛୁଆ ଜୀବନ ରକ୍ଷା କରିବାକୁ ଶକ୍ତିଶାଳୀ ଜନ୍ତୁ ସହ ଲଢେଇ କରିଥାଏ । ନିକଟରେ ଏଭଳି ହିଁ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।

- Advertisement -

ଭିଡିଓରେ ଦେଖିପାରିବେ, ଗୋଟିଏ ସିଂହୀ ନିଜ ଶାବକଙ୍କ ସହ ଏକ ମଇଁଷି ଛୁଆର ଶିକାର କରିବାକୁ ଚେଷ୍ଟା କରୁଛି । ସେହି ସମୟରେ ଏକ ସିଂହ ମଧ୍ୟ ମଇଁଷି ଛୁଆ ଉପରେ ଆକ୍ରମଣ କରୁଛି । କିଛି କ୍ଷଣ ପାଇଁ ଜଣାପଡ଼ିଲା ସିଂହର ଶିକାର ସଫଳ ହୋଇଗଲା । ମାତ୍ର ତା’ପରେ ଯାହା ଦେଖାଗଲା ସହଜରେ ବିଶ୍ୱାସ କରି ହେବ ନାହିଁ । ମଇଁଷି ନିଜ ଛୁଆର ଜୀବନ ରକ୍ଷା କରିବାକୁ ଦୌଡି ଆସୁଛି । ଛୁଆ ଉପରେ ଆକ୍ରମଣ କରୁଥିବା ସିଂହକୁ ସେଠାରୁ ହଟାଇ ଦେଉଛି । ଅନ୍ୟ ସିଂହମାନେ ମଧ୍ୟ ସେଠାକୁ ଆସି ମଇଁଷି ଛୁଆ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି । ମଇଁଷିଟି ହାର୍‌ ନ ମାନି ଲଢେଇ ଜାରି ରଖିଛି । ସେହି ସମୟରେ ମଇଁଷି ଦଳ ଆସି ସିଂହମାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ସିଂହ ସେଠାରୁ ପଳାଉଛନ୍ତି । ମଇଁଷି ଛୁଆର ଜୀବନ ବଞ୍ଚି ଯାଉଛି । ଏହି ଭିଡିଓକୁ ୬୧ ମିଲିୟନରୁ ଅଧିକ ଥର ଦେଖାଯାଇ ସାରିଛି। ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି।

‘ହେ ଭଗବାନ ଆମକୁ ରକ୍ଷା କର’; ଦେଖନ୍ତୁ ପହଲଗାମ୍‌ ଆକ୍ରମଣ ସମୟର ଆଉ ଏକ ଛାତିଥରା ଭିଡିଓ

ଅକ୍ଷୟ ତୃତୀୟାରେ ଶନି-ଗୁରୁ ଚଳନ: ଏହି ରାଶିଙ୍କୁ କରିବେ ଧନୀ, ମିଳିବ ଚାକିରି,ବଢିବ ଦରମା..

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories