www.samajalive.in
Sunday, December 7, 2025
18.1 C
Bhubaneswar

ମାଓବାଦୀଙ୍କ ଉପରେ ବଡ଼ ପ୍ରହାର: ୫ ନିହତ, ହଜାରେ ନକ୍ସଲଙ୍କୁ ଘେରିଲେ ୨୦ ହଜାର ଯବାନ

ବିଜାପୁର: ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ଉପରେ ବଡ଼ ପ୍ରହାର। ସୁରକ୍ଷାକର୍ମୀ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ବ ମାଓବାଦୀଙ୍କୁ ଘେରାଉ କରିବାସହ ଏନକାଉଣ୍ଟରରେ ୫ ଜଣ ମାଓବାଦୀଙ୍କୁ ନିପାତ କରିଛନ୍ତି। ଛତିଶଗଡ଼ର ବିଜାପୁର ଜିଲାର ଆନ୍ତଃରାଜ୍ୟ ସୀମାରେ ଥିବା କରେଗୁଟ୍ଟା ପାହାଡ଼ର ଜଙ୍ଗଲରେ ସକାଳୁ ସକାଳୁ ସୁରକ୍ଷା ବାହିନୀଙ୍କ ଏକ ମିଳିତ ଦଳ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିଲେ। ଏହି ସମୟରେ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ପାଲଟା ଜବାବରେ ଯବାନମାନେ ଗୁଳି କରି ୫ ମାଓବାଦୀଙ୍କୁ ନିପାତ କରିଛନ୍ତି।

ସୂଚନା ଅନୁସାରେ, ଛତିଶଗଡ଼ର ବିଜାପୁରରେ ସୁରକ୍ଷା ବାହିନୀର ଏକ ଦଳ ଏପର୍ଯ୍ୟନ୍ତ ଏହି ବଡ଼ ଅପରେସନରେ ୧ ହଜାରରୁ ଅଧିକ ମାଓବାଦୀଙ୍କୁ ଘେରାଉ କରିଛନ୍ତି। ଏହି ଅଭିଯାନରେ ଛତିଶଗଡ଼, ତେଲଙ୍ଗାନା ଓ ମହାରାଷ୍ଟ୍ରର ୨୦ ହଜାରରୁ ଅଧିକ ଯବାନ ସାମିଲ ଅଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories