www.samajalive.in
Saturday, December 6, 2025
19.1 C
Bhubaneswar

ମଇ ୨୦ରୁ ଧାନ କିଣା ଆରମ୍ଭ

ଭବାନୀପାଟଣା : ଆସନ୍ତା ମଇ ୨୦ ତାରିଖରୁ ରବି ଧାନ କିଣିବା ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ମଇ ୨୦ ତାରିଖରୁ ଜିଲ୍ଲାର ୧୪୫ ଟି ଧାନ ମଣ୍ଡିରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଜିଲ୍ଲା ଯୋଗାଣ ବିଭାଗର ସୂଚନା ଅନୁଯାୟୀ ରବି ଧାନ ବିକ୍ରି ପାଇଁ ଜିଲ୍ଲାରେ ୪୮,୮୧୮ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ୬୪ ଟି ପେକ୍ସ ଏବଂ ୨୫ ଟି ସ୍ୱୟଂ ସହାୟକ ଗୋଷ୍ଠୀର ମିଳିତ ସହଯୋଗରେ ଧାନ ସଂଗ୍ରହ କରାଯିବ। ଏଥିରେ ଜିଲ୍ଲାର ୮୮ ଜଣ ମିଲର୍ସ ସାମିଲ ହେଇ ମଣ୍ଡିରୁ ଧାନ ଉଠାଇବା ସହିତ ଚାଷୀଙ୍କୁ ଆବଶ୍ୟକ ମୁତାବକ ବସ୍ତା ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଥିଲା। ସାଧାରଣ ଏଫଏକ୍ୟୁ ଧାନ କ୍ଵିଣ୍ଟାଲ ପିଛା ୨୩ ଶହ ଟଙ୍କା ଏବଂ ଗ୍ରେଡ ଏ ଏଫଏକ୍ୟୁ ଧାନ କ୍ଵିଣ୍ଟାଲ ପିଛା ୨,୩୨୦ ଟଙ୍କା ସମେତ ବୋନସ ବାବଦକୁ ଚାଷୀଙ୍କୁ କ୍ଵିଣ୍ଟାଲ ପିଛା ୮୦୦ ଟଙ୍କା ଦିଆଯିବାକୁ ବୈଠକରେ ସୂଚନା ଦିଆଯାଇଥିଲା। ଚାଷୀଙ୍କ ସୁବିଧା ପାଇଁ ସମସ୍ତ ମଣ୍ଡିରେ ଆବଶ୍ୟକ ପାନୀୟ ଜଳ, ଓଆରଏସ ପ୍ୟାକେଟ, ଜରୁରୀକାଳୀନ ସେବା ଯୋଗାଇଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଚାଷୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଠିକ ସମୟରେ ମଣ୍ଡିରୁ ଧାନ ଉଠାଣ ପାଇଁ ସମସ୍ତ ମିଲର୍ସ ଯତ୍ନବାନ ହେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେଦ୍ର ସିଂଦେଓ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁଙ୍କ ସମେତ ବହୁ ଅଧିକାରୀ, ଚାଷୀ ପ୍ରତିନିଧି ଯୋଗ ଦେଇଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories