www.samajalive.in
Monday, December 8, 2025
24.1 C
Bhubaneswar

ପାକିସ୍ତାନ ଦୂତାବାସ ବାହାରେ ବିକ୍ଷୋଭ ପ୍ରଦର୍ଶନ

ସମାଜ ଡିଜିଟାଲ ଡେସ୍କ: ପହେଲଗାଓଁ ଆକ୍ରମଣ ଘଟଣାର ନିନ୍ଦା କରି ଭାରତୀୟମାନେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସ ବାହାରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଘଟଣା ଦୁଇଦେଶ ମଧ୍ୟରେ ଖରାପ ଥିବା ସମ୍ପର୍କକୁ ଆହୁରି ତିକ୍ତ କରିଦେଇଥିବାବେଳେ ଭାରତୀୟମାନେ ଏକାଠି ହୋଇ ପାକ୍‌ ସରକାର ବିରୋଧରେ ଦୂତାବାସ ଆଗରେ ବିଭିନ୍ନ ନାରା ଦେଇଛନ୍ତି।

ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ଜଣାପଡ଼ିଥିବାରୁ ଭାରତ ସରକାର କୂଟନୈତିକ ସ୍ତରରେ ପାକ୍ ବିରୋଧରେ ଦୃଢ଼ ପଦକ୍ଷେପ ନେଇଛନ୍ତି। ନୂଆଦିଲ୍ଲୀରେ ଥିବା ପାକ୍‌ ଦୂତାବାସର ଅଧିକାରୀ ଏବଂ କର୍ମଚାରୀ ସଂଖ୍ୟା ୫୫ରୁ ୩୦କୁ ହ୍ରାସ କରିବାକୁ ଭାରତ ନିଷ୍ପତ୍ତି ନେଇଥିବାବେଳେ ଇସଲାମାବାଦରେ ଥିବା ଭାରତ ଦୂତାବାସରୁ ମଧ୍ୟ ଅନୁରୂପ କର୍ମଚାରୀ ଓ ଅଧିକାରୀଙ୍କୁ ଅପସାରଣ କରିବାକୁ ଭାରତ ପଦକ୍ଷେପ ନେବ ବୋଲି କହିଛି। ପାକିସ୍ତାନୀ ନାଗରିକଙ୍କୁ ଭାରତ ପ୍ରବେଶ ଅନୁମତି ରଦ୍ଦ କରାଯାଇଛି। ୧୯୬୦ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ରଦ୍ଦ କରାଯାଇଛି। ଏହା ସହିତ ଅଟ୍ଟାରି-ଓ୍ବାଘା ସୀମାକୁ ବନ୍ଦ କରିଦିଆଯାଇଛି। ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସରେ ଅବସ୍ଥାପିତ ସ୍ଥଳସେନା, ନୌସେନା ଏବଂ ବାୟୁସେନା ଉପଦେଷ୍ଟାମାନଙ୍କୁ ଭାରତ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories