ଜାକିର ନାଇକଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବ ନାହିଁ ମାଲେସିଆ

0

ନୂଆଦିଲ୍ଲୀ: ବିବାଦୀୟ ଧର୍ମଗୁରୁ ଜାକିର ନାଇକଙ୍କୁ ଭାରତ ଆଣିବାର ପ୍ରୟାସ ଚାଲିଥିବାବେଳେ ମାଲେସିଆର ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ ଉଭୟ ଦେଶର କୁଟନୈତିକ ବୁଝାମଣାକୁ ପ୍ରଭାବିତ କରିଦେଇଛି। ମାଲେସିଆର ପ୍ରଧାନମନ୍ତ୍ରୀ ମହାତିର ମହମ୍ମଦ ଶୁକ୍ରବାର ଜାକିର ନାଇକଙ୍କୁ ଏବେ ଭାରତକୁ ପ୍ରତ୍ୟାବର୍ତ୍ତନ ନକରିବାକୁ ନିଷ୍ପ୍‍ତ୍ତି ନେଇଥିବା ଗଣମାଧ୍ୟମରେ ଘୋଷଣା କରିଛନ୍ତି। ଯେତେ ପର୍ଯ୍ୟନ୍ତ ଜାକିର ମାଲେସିଆରେ କୌଣସି ବିବାଦୀୟ ପରିସ୍ଥିତି ସୃଷ୍ଟି ନକରୁଛନ୍ତି ସେତେ ପର୍ଯ୍ୟନ୍ତ ତାଙ୍କୁ ଭାରତ ଫେରାଇବାର ଯଥାର୍ଥତା କିଛି ନାହିଁ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ ସୂଚନା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଜାକିରଙ୍କୁ ମାଲେସିଆର ନାଗରିକତ୍ୱ ମିଳି ଯାଇଛି।
ବୁଧବାର ଜାକିର ଭାରତ ଆସିବେ ଏଭଳି ଏକ ଖବର ମାଲେସିଆରୁ ଭାରତରେ ପହଞ୍ଚି ଥିଲା। ପରବର୍ତ୍ତୀ ସମୟରେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଖବରକୁ ଖଣ୍ଡନ କରାଯାଇ ଥିଲା। ଇତିମଧ୍ୟରେ ରେପବ୍ଲିକ ଟିଭି ମାଲେସିଆରେ ଜାକିର ନାଇକଙ୍କୁ ଠାବ କରିବାରେ ସଫଳ ହୋଇଥିଲେ। ଯେତେ ପର୍ଯ୍ୟନ୍ତ ନିରପେକ୍ଷ ଶୁଣାଣି ହେବାର ସମ୍ଭାବନା ଭାରତରେ ପରିସ୍ଥିତି ନଉପୁଜିବ ସେତେ ପର୍ଯ୍ୟନ୍ତ ସେ ଭାରତ ଆସିବାର କୌଣସି ଯୋଜନା ନାହିଁ ବୋଲି ମନ୍ତବ୍ୟ ଦେଇଥିଲେ।
୧୮ନଭେମ୍ବର ୨୦୧୬ରେ ଜାକିର ନାଇକଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଏପରିକି ବାଂଲାଦେଶରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ଜାକିର ନାଇକଙ୍କ ନାମରେ ମାମଲା ରହିଛି।

kalyan agarbati
Leave A Reply