www.samajalive.in
Monday, December 15, 2025
15.1 C
Bhubaneswar

ଡେଙ୍ଗୁ ଏବଂ ଅନ୍ୟାନ୍ୟ ବାହିତ ରୋଗ ନିୟନ୍ତ୍ରଣ ସଂପର୍କିତ ବୈଠକ

ଯାଜପୁର: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆଜି ଡେଙ୍ଗୁ ରୋଗ, ଏହାର ନିୟନ୍ତ୍ରଣ ଓ ସଚେତନତା ଉପରେ ଏକ ଆନ୍ତ କ୍ଷେତ୍ରିୟ ବୈଠକ ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଳାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଏହି ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ, ଡେଙ୍ଗୁ ଆମ ରାଜ୍ୟ ଓ ଜିଲ୍ଲାରେ ଏକ ପ୍ରମୁଖ ଜନସ୍ୱାସ୍ଥ୍ୟ ଚିନ୍ତାର ବିଷୟ ପାଲଟିଛି। ଯୋଜନାବଦ୍ଧ ସହରୀକରଣ, ଶିଳ୍ପ/ଖଣି କ୍ଷେତ୍ର ସହିତ ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ହେତୁ ଡେଙ୍ଗୁ ହେବାର ଆଶଙ୍କା ବୃଦ୍ଧି ପାଇଛି। ପାଇଁ କୈାଣସି ନିର୍ଦ୍ଧିଷ୍ଟ ଔଷଧ ନ ଥିବାରୁ ପ୍ରତିରୋଧ ହେଉଛି ସର୍ବୋତ୍ତମ ପଦ୍ଧତି ଯେଉଁଥି ପାଇଁ ବାସସ୍ଥାନ ତଥା ଆଖପାଖରେ ଏଡିସ୍ ମଶା ପ୍ରଜନନ ସ୍ଥାନ ବିଲୋପ କରିବା ଜରୁରୀ ଅଟେ।

ବୈଠକରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ସୁଧାଂଶୁ ଶେଖର ବଳ, ସ୍ୱାସ୍ଥ୍ୟ ବିଭାଗର ରାଜ୍ୟ ଏଣ୍ଟୋମୋଲୋଜିଷ୍ଟ ଡା. ଦିପ୍ତି ରଂଜନ ମହାପାତ୍ର, ଡା. ପି.କେ. ସାହୁ ଡେଙ୍ଗୁ ସଚେତନତା ପାଇଁ ସରକାର ନେଊଥିବା ପଦକ୍ଷେପ ତଥା ଜନ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories