ଆଦିବାସୀଙ୍କୁ ଜମି ପଟ୍ଟା ପ୍ରଦାନ କଲେ ମନ୍ତ୍ରୀ

ଯାଜପୁର: ବର୍ଷବର୍ଷ ଧରି ପାହାଡ଼, ବନ, ଜଙ୍ଗଲ ନିକଟରେ ବସ୍ତି କରି ରହୁଥିବା ଆଦିବାସୀ ମାନେ ସ୍ଥାୟୀ ଜମି ପଟ୍ଟା ପାଇ ପାରୁନଥିଲେ । ଫଳରେ  ସେମାନେ ସରକାରଙ୍କ ବିଭିନ୍ନ ମହତ୍ୱପୂର୍ଣ୍ଣ ଯୋଜନାରୁ ବଞ୍ଚିତ ହେଉଥିଲେ । ବିଶେଷ କରି ଗରିବ ଆଦିବାସୀ ମାନେ ସେମାନଙ୍କ ସ୍ଥାୟୀ ଗୃହ ନିର୍ମାଣରୁ ବଞ୍ଚିତ ହେଉଥିଲେ । ଫଳରେ ବର୍ଷା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସେମାନଙ୍କ ପାଇଁ ଯନ୍ତ୍ରଣା ଦାୟକ ଥିଲା । ଏହି ଭଳି ଅଭିଯୋଗ ସବୁ ସମୟରେ ମତେ ବ୍ୟଥିତ କରିଥାଏ । ଏହି ସମସ୍ୟାର ସମାଧାନ ପାଇଁ ମୁଁ ସବୁ ସମୟରେ ଆନ୍ତରିକ ଉଦ୍ୟମ କରିଛି । ବିଗତ ଦିନରେ ସୁକିନ୍ଦା ବ୍ଲକର ୪୩୦୭ ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି । ଏହି ବ୍ଲକର ୨୫୮ ଜଣଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରାଯାଇଛି । ଗତକାଲି ଏକ ବିଶେଷ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଏହି ପଟ୍ଟା ପ୍ରଦାନ କରି ନିଜ ବକ୍ତବ୍ୟରେ ଏହା କହିଛନ୍ତି । ଏଥି ସହିତ ଏହି ପରିବାରକୁ ପକ୍କା ଗୃହ ନିର୍ମାଣ ପାଇଁ ଖୁବଶୀଘ୍ର ସରକାରୀ ଅର୍ଥ ପ୍ରଦାନ କରାଯିବ ବୋଲି ମଧ୍ୟ କହିଛନ୍ତି । ସେମାନେ ସୁକିନ୍ଦାର ପରିଚୟ । ସେମାନଙ୍କ ଖୁସି ଆମର ଖୁସିବୋଲି ମଧ୍ୟ କହିଛନ୍ତି ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଆଜିର ଏହି କାର୍ଯ୍ୟକ୍ରମରେ ସୁକିନ୍ଦା ପଂଚୟତ ସମିତି ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।

kalyan agarbati

Comments are closed.