www.samajalive.in
Sunday, December 7, 2025
16.1 C
Bhubaneswar

ନିଷ୍ପତ୍ତି ବଦଳାଇଲେ ଯାଜପୁର ଜିଲ୍ଲାପାଳ, କେବଳ ରବିବାର ଖୋଲା ରହିବ ବହି ଦୋକାନ ଓ ଗ୍ୟାରେଜ୍

ସମାଜ ପୋର୍ଟାଲ ଡେସ୍କ : ମହାମାରୀ କରୋନା ମୁକାବିଲା କରିବା ପାଇଁ ଲକ୍ ଡାଉନ୍ ଜାରି ରହିଛି । ଏହି ସମୟରେ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଜିଲ୍ଲାରେ ବହି ଦୋକାନ,ସାଇକେଲ ଓ ମଟର ସାଇକେଲ ଗ୍ୟାରେଜ ଏବଂ ବିଦ୍ୟୁତ ସାମଗ୍ରୀ ମରାମତି ଦୋକାନ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ହେଲେ ଏଥିରେ ସାଧାରଣରେ ଅଧିକ ଭିଡ଼ ପରିଲକ୍ଷିତ ହେବା ସହ ଲୋକଙ୍କ ଅପବ୍ୟବହାର କରାଯାଉଥିବା ମଧ୍ୟ ସାମ୍ନାକୁ ଆସିଥିଲା । ଏହାରି ମଧ୍ୟରେ ଗତକାଲି ଯାଜପୁରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ଜିଲ୍ଲା ପ୍ରଶାସନର ଚିନ୍ତାକୁ ବଢାଇ ଦେଇଥିଲା । ଏହାପରେ ଜିଲ୍ଲାପାଳ ତାଙ୍କ ପୂର୍ବ ନିର୍ଦେଶରେ ପରିବର୍ତ୍ତନ କରିଛନ୍ତି । ଆଜି ସକାଳୁ ଜିଲ୍ଲାପାଳ ବିଦ୍ୟୁତ ଉପକରଣ ଦୋକାନ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ସାଇକେଲ ମରାମତି ଦୋକାନ ସବୁଦିନ ଖୋଲା ରଖିବାକୁ କହିଛନ୍ତି ।

ଜିଲ୍ଲାପାଳ କହିଛନ୍ତି, ନୂଆ ନିଷ୍ପତ୍ତି ପ୍ରକାରେ ଜିଲ୍ଲାରେ କେବଳ ପ୍ରତି ରବିବାର ଗ୍ୟାରେଜ୍, ବହି ଓ ବିଦ୍ୟୁତ୍‌ ସରଞ୍ଜାମ ଦୋକାନ ଖୋଲା ରହିବ। ପ୍ରତି ରବିବାର ସକାଳ ୬ଟାରୁ ୧୦ଟା ଯାଏ ଏହି ଦୋକାନଗୁଡ଼ିକ ଖୋଲିବ। କିନ୍ତୁ ସାଇକେଲ ମରାମତି ଦୋକାନ ପ୍ରତିଦିନ ଖୋଲା ରହିବ। ପ୍ରତିଦିନ ସକାଳ ୬ଟାରୁ ୧୦ଟା ପର୍ୟ୍ୟନ୍ତ ସାଇକେଲ୍‌ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।

- Advertisement -

ସୂଚନାଯୋଗ୍ୟ ଗତ ୧୩ ତାରିଖରେ ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବହି ଓ ପାଠ୍ୟ ଉପକରଣ, ଗ୍ୟାରେଜ , ବିଦ୍ୟୁତ ଉପକରଣ ଓ ମରାମତି ଦୋକାନ ଖୋଲିବାକୁ ଜିଲ୍ଲାପାଳ ଅନୁମତି ଦେଇଥିଲେ। ସରକାର ଜୁନ୍ ୧୭ ପର୍ୟ୍ୟନ୍ତ ଶିକ୍ଷାନୁଷ୍ଠାନଗୁଡିକୁ ଛୁଟି ଘୋଷଣା କରିଥିବାରୁ ଏହି ସମୟରେ ଘରେ ରହୁଥିବା ଛାତ୍ରଛାତ୍ରୀ ପାଠପଢ଼ାରେ ସମସ୍ୟାରେ ପଡୁଛନ୍ତି । ଏଣୁ ଜିଲ୍ଲାପାଳ ବହି ଦୋକାନ ଖୋଲା ରଖିବାକୁ ନିଷ୍ପତ୍ତି ନେଇଥିଲେ ।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories