BJD Bijuli 480×75 Mob

ବହୁ ଚର୍ଚ୍ଚିତ ଗଡହରିଶପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା; ଦୁଇ ନାବାଳିକା ସାକ୍ଷୀଙ୍କୁ ପୁରସ୍କୃତ କଲେ ସୁପ୍ରିମକୋର୍ଟ ଆଇନଜୀବୀ

BJD Bijuli 480×75 Mob

ଜଗତସିଂହପୁର: ବହୁ ଚର୍ଚ୍ଚିତ ଜଗତସିଂହପୁର ଜିଲା ଏରସମା ବ୍ଲକ ଗଡ ହରିଶପୁରର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ଦୁଇ ନାବାଳିକା ସାକ୍ଷୀଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ ଆଇନଜୀବୀ ପୁରସ୍କୃତ କରିଛନ୍ତି। ସୂଚନା ମୁତାବକ, ସୁପ୍ରିମକୋର୍ଟର ଆଇନଜୀବୀ ତଥା ଅଖିଳ ଭାରତ କଂଗ୍ରେସ କମିଟି ମାନବ ଅଧିକାର ବିଭାଗର ଓଡିଶା ପ୍ରମୁଖ ଡଃ ସୁଶାନ୍ତ କୁମାର କାନୁନଗୋ ତାଙ୍କ ଗଡ ହରିଶପୁର ବାସଭବନରେ ପହଞ୍ଚି ଉଭୟ ନାବାଳିକା ସାକ୍ଷୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ଏଭଳି ଏକ ମକଦ୍ଦମାରେ ଦୁଇ ନାବାଳିକାଙ୍କ ସାକ୍ଷ୍ୟ ପ୍ରଦାନ କରିବା, ସେମାନଙ୍କର ସାହସିକତାକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଅନ୍ୟାୟ ବିରୁଦ୍ଧରେ ଲଢିବା ପାଇଁ ସାହସୀ ହେବାକୁ ପରାମର୍ଶ ଦେଇଥିଲେ । ପରେପରେ ଡଃ କାନୁନଗୋ ସେ ମୃତ ପୂଜା ଆଡି ପରିବାରକୁ ଭେଟି ତାଙ୍କୁ ସମବେଦନା ଜ୍ଞାପନ ସହିତ ସତ୍ୟ, ନ୍ୟାୟର ବିଜୟ ହୋଇଛି ବୋଲି ସେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି। ଏହି ମକଦ୍ଦମାରେ ତତ୍କାଳୀନ ଏରସମା ଥାନା ଅଧିକାରୀ ଓ ଏସପିଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଆଗାମୀ ଦିନରେ ଡଃ କାନୁନଗୋ ଏହି ସମ୍ପର୍କରେ ସମସ୍ତ ଆଇନ ସହାୟତା ଉକ୍ତ ପରିବାରକୁ ଯୋଗାଇ ଦେବେ ବୋଲି କହିଛନ୍ତି।

Comments are closed.