ସହିଦ ଯବାନଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

0

ରାୟଗଡ଼ା: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସହିଦ ହୋଇଥିବା ଡିଭିଏଫ୍ ଯବାନ ସଞ୍ଜୟ ମାଝିଙ୍କୁ ରିଜର୍ଭ ପୁଲିସ ପଡ଼ିଆରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଶୋଭାଯାତ୍ରାରେ ସଞ୍ଜୟଙ୍କ ମୃତ ଶରୀରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ରିଜର୍ଭ ପୁଲିସ ପଡ଼ିଆକୁ ଅଣାଯାଇଥିଲା । ସେଠାର ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଶୋକାକୁଳ ପରିସ୍ଥିତିରେ ସହିଦ ଯବାନଙ୍କ ଶେଷକୃତ ସମ୍ପନ୍ନ ହୋଇଛି ।

ଗତକାଲି ସନ୍ଧ୍ୟାରେ ଡିଭିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍ ବେଳେ ନିୟମଗିରି ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା। ଏଥିରେ ଡିଭିଏଫ୍ ଯବାନ ସଞ୍ଜୟ ମାଝି ଗୁରୁତର ଆହତ ହୋଇଥିଲେ ଏବଂ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ନିୟମଗିରି ସକଟା ଅଞ୍ଚଳରେ ୩ ପ୍ଲାଟୁନ ଏସଓଜି ଓ ସିଆରପିଏଫ୍ ଯବାନ ସର୍ଚ୍ଚ ଅପରେସନ ଜାରି ରହିଛି ।

Leave A Reply