www.samajalive.in
Sunday, December 14, 2025
26.1 C
Bhubaneswar

ଜାମ୍ମୁ କାଶ୍ମୀର : ୪ ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ

ଜାମ୍ମୁ କାଶ୍ମୀରର ସୁଞ୍ଜଓ୍ୱାନ ଅଞ୍ଚଳରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ ଜାରି ରହିଛି । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି ଓ ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ଆତଙ୍କବାଦୀମାନେ ଏକ ଘରେ ଲୁଚିଥିବା ଆଶଙ୍କା କରି ସୁରକ୍ଷାକର୍ମୀଙ୍କ ପକ୍ଷରୁ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି।

ଜାମ୍ମୁ ଜୋନ୍ ଏଡିଜିପି ମୁକେଶ ସିଂହ କହିଛନ୍ତି ଯେ ଏହି ଗୁଳିବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି । ଆମେ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛୁ ଓ  ଗୁଳିବିନିମୟ ଜାରି ରହିଛି। ଆତଙ୍କବାଦୀମାନେ ଏକ ଘରେ ଲୁଚି ରହିଥିବା ଜଣାପଡିଛି।

- Advertisement -

ତେବେ ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଅନୁ‌ସାରେ ବାରମୁଲା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣା ପଡିଛି। ଗତକାଲି ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ୩ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories