www.samajalive.in
Sunday, December 14, 2025
26.1 C
Bhubaneswar

ପୁଣି ବଢ଼ିଲା ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ : ରୁଷ୍‍ରୁ ତୈଳ ଆମଦାନୀ ଉପରେ କଡା କଟକଣା ଲଗାଇବାକୁ ୟୁରୋପୀୟ ରାଷ୍ଟ୍ର ସଂଘ ବିଚାର କରୁଥିବାବେଳେ ଲିବ୍ୟାରୁ ତୈଳ ଯୋଗାଣ ହ୍ରାସ ଯୋଗୁଁ ଅଶୋଧିତ ତୈଳ ବଜାରରେ ଅସ୍ଥିର ଅବସ୍ଥା ଦେଖାଦେଇଛି। ଏହି କାରଣରୁ ଗୁରୁବାର ବ୍ରେଣ୍ଟ କ୍ରୁଡ ମୂଲ୍ୟ ବ୍ୟାରେଲ ପିଛା ୧.୧୧ ଡଲାର ବା ୧% ବୃଦ୍ଧିପାଇ ୧୦୭.୯୧ ଡଲାରରେ ପହଞ୍ଚିଛି । ସେହିଭଳି ୱେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ କ୍ରୁଡ ୮୭ ସେଣ୍ଟ ବୃଦ୍ଧିପାଇ ବ୍ୟାରେଲ ପିଛା ୧୦୩.୦୬ ଡଲାର ହୋଇଛି।
ବିଶେଷଜ୍ଞମାନେ କହିଛନ୍ତି ଯେ ତୈଳ ବଜାରରେ ଅସ୍ଥିର ଅବସ୍ଥା ପୁନଃ ଅଧିକ ପରିଲକ୍ଷିତ ହେବାକୁ ଯାଉଛି। କାରଣ ୟୁରୋପୀୟ ରାଷ୍ଟ୍ରସଂଘ ୟୁକ୍ରେନ୍‍ ଉପରେ ଆକ୍ରମଣକୁ ନେଇ ରୁଷ୍‍ରୁ ତୈଳ ଆମଦାନୀ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ ବିଷୟରେ ବିଚାର କରୁଛି। ଓପେକ୍‍ର ସଦସ୍ୟ ଥିବା ଲିବ୍ୟା ବୁଧବାର କହିଥିଲା ଯେ ବିଭିନ୍ନ ତୈଳ କ୍ଷେତ୍ର ଓ ରପ୍ତାନି ଟର୍ମିନାଲଗୁଡିକ ଅବରୋଧ ହୋଇଥିବା କାରଣରୁ ଏହା ଦୈନିକ ପ୍ରାୟ ୫,୫୦,୦୦୦ ବ୍ୟାରେଲ ତୈଳ ଉତ୍ପାଦନ ହରାଉଛି। ଏହି କାରଣକୁ ନେଇ ବିଶ୍ୱର ତୈଳ ବଜାର ଅସ୍ଥିର ଅବସ୍ଥାରେ ରହିଥିବାବେଳେ ଓପେକ୍‍ ଏବଂ ରୁଷ ନେତୃତ୍ୱରେ ପରିଚାଳିତ ତାହାର ମିତ୍ର ରାଷ୍ଟ୍ରଗୁଡିକ ସେମାନଙ୍କର ଉତ୍ପାଦନ ଲକ୍ଷ୍ୟ ହାସଲ କରିପାରୁନାହାନ୍ତି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories