www.samajalive.in
Monday, December 15, 2025
17.1 C
Bhubaneswar

ବଢୁଛି ‘ମାଟିରେ ତିଆରି ଫ୍ରିଜ୍’ର ଚାହିଦା

ଯେମିତି ଖରା ହେଉଛି, ଘରେ ଫ୍ରିଜ୍‌ଟେ ରଖିବା ଜରୁରୀ ହୋଇଗଲାଣି। ପରିବା ସତେଜ ରହିବା ସହ ଥଣ୍ଡା ପାଣିର ସୁବିଧା ଏଇ ଫ୍ରିଜ୍ ଯୋଗାଏ। ଗାଁଗହଳି ଲୋକେ କିନ୍ତୁ ଫ୍ରିଜ୍‌ କିଣିବା ସପକ୍ଷରେ ନୁହନ୍ତି। କାରଣ ଏଇ ଗ୍ରୀଷ୍ମ ଦିନେ ବାରମ୍ବାର ବିଜୁଳି କାଟ ଯୋଗୁଁ ଫ୍ରିଜ୍ ଭଲରେ ଥଣ୍ଡା ହୁଏନି। ତା’ ସହ ଫ୍ରିଜ୍ ପାଣି ପିଇଲେ ଥଣ୍ଡା, ସର୍ଦି, ଗଳା ଦରଜ ସମସ୍ୟା ହୁଏ। ଏସବୁ ତଥ୍ୟକୁ ଭଲଭାବେ ଅନୁଧ୍ୟାନ କରିବା ପରେ ତାମିଲନାଡ଼ୁନିବାସୀ ଜଣେ ବ୍ୟକ୍ତି ମାଟିର ଫ୍ରିଜ୍‌ଟେ ତିଆରି କରିଛନ୍ତି, ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କୋଏମ୍ବାଟୁର ଅନ୍ତର୍ଗତ କରୁମାଥାମପଟ୍ଟି ଗାଁର ବାସିନ୍ଦା ହେଲେ ଏମ୍.ଶିବାସାମୀ। ମାଟିର ଫ୍ରିଜ୍‌ ତିଆରି କରି ୟୁ-ଟ୍ୟୁବ୍‌ରେ ସେ ଏହାର ବିଜ୍ଞାପନ ପ୍ରଚାର କଲେ। ଭାରତର ବିଭିନ୍ନ ଅଞ୍ଚଳର ଲୋକେ ଏଇ ଫ୍ରିଜ୍‌କୁ ଦେଖି ପସନ୍ଦ କରିବା ସହ ବରାଦ୍ ଦେବା ଆରମ୍ଭ କରିଛନ୍ତି। ଏବେ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି।

- Advertisement -

ମାଟିର ଫ୍ରିଜ୍‌ରେ ତଳ ଭାଗରେ ପାଣି ରହିବ ଓ ଉପର ଭାଗରେ ପରିବା, ଫଳକୁ ରଖିବେ । ୪-୫ଦିନ ପର୍ଯ୍ୟନ୍ତ ପରିବା ସତେଜ ରହିବ। ଶିବାସାମୀ କହିଛନ୍ତି, ତାଙ୍କ ଗାଁରେ ସପ୍ତାହକୁ ୨ଥର ହାଟ ବସେ। ଥରେ ପନିପରିବା, ଫଳମୂଳ କିଣି ଆଣି ଏଇ ମାଟି ଫ୍ରିଜ୍‌ରେ ରଖିଦେଲେ, ଆରାମରେ ୫ଦିନ ଚାଲିଯାଏ। ତା’ ପରେ ପୁଣି ଆର ପାଳି ହାଟକୁ ସତେଜ ପରିବା କିଣି ଏଥିରେ ରଖିପାରିବେ। ବିଜୁଳି କଟିବାର ଭୟ ମଧ୍ୟ ନାହିଁ। ଦୁଇଟି ଆକାରରେ ଏଇ ମାଟି ଫ୍ରିଜ୍ ସେ ତିଆରି କରିଛନ୍ତି। ଗୋଟିଏ ୨ ଫୁଟ୍ ଓ ଅନ୍ୟଟି ୩ ଫୁଟ୍। ଦୁଇଟି ଫ୍ରିଜ୍‌ର ମୂଲ୍ୟ ଯଥାକ୍ରମେ ୧୬୦୦ ଟଙ୍କା, ୧୮୦୦ ଟଙ୍କା। ଭାରତର ପ୍ରତିଟି ପ୍ରାନ୍ତକୁ ଏଇ ଫ୍ରିଜ୍‌ ଯୋଗାଇବାର ସୁବିଧା ଉପଲବ୍ଧ ଅଛି। ଏହାର ପ୍ରଚାର ଆରମ୍ଭ ହେବା ପରେ ଶିବାସାମୀ ୧୫୦ଟି ଫ୍ରିଜ୍‌ ବିକ୍ରି କରିସାରିଲେଣି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories