www.samajalive.in
Saturday, December 13, 2025
14.1 C
Bhubaneswar

ତ୍ରୁଟିପୂର୍ଣ୍ଣ ଇ-ସ୍କୁଟର ପ୍ରତ୍ୟାହାର କର : ଗଡ଼କରୀ

ନୂଆଦିଲ୍ଲୀ : ଦେଶର ବିଭିନ୍ନ ସ୍ଥାନରେ ବିଦ୍ୟୁତଚାଳିତ ସ୍କୁଟରଗୁଡିକରେ ଆପେ ଆପେ ନିଆଁ ଲାଗିଯାଉଥିବା ଘଟଣାକୁ କେନ୍ଦ୍ର ସରକାର ଗମ୍ଭୀତାର ସହିତ ନେଇଛନ୍ତି। ଏହିଭଳି ତ୍ରୁଟିପୂର୍ଣ୍ଣ ଇ-ସ୍କୁଟରଗୁଡିକୁ ତୁରନ୍ତ ବଜାରରୁ ପ୍ରତ୍ୟାହାର କରିନେବାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ସ୍କୁଟର ଉତ୍ପାଦନକାରୀ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ତାହା ନହେଲେ ସରକାର ଖିଲାପି କମ୍ପାନୀଗୁଡିକ ବିରୋଧରେ ଆବଶ୍ୟକ ଜରିମାନା ଓ ଦଣ୍ଡବିଧାନ ପାଇଁ ଆଦେଶ ଦେବେ ବୋଲି ସେ କହିଛନ୍ତି। ଏହି ଘଟଣାଗୁଡିକ ସମ୍ପର୍କରେ ଅନୁଧ୍ୟାନ କରିବାକୁ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି ବୋଲି ସେ ମଧ୍ୟ ସୂଚନା ଦେଇଛନ୍ତି । କମିଟି ସମସ୍ତ ବିଷୟ ଅନୁଧ୍ୟାନ କରିବା ପରେ ଏହା ସୁଧାରିବାକୁ ଆବଶ୍ୟକ ସୁପାରିଶ କରିବ । ଇତିମଧ୍ୟରେ କମ୍ପାନୀଗୁଡିକ ସମସ୍ତ ତ୍ରୁଟିପୂର୍ଣ୍ଣ ଗାଡି ତୁରନ୍ତ ବଜାରରୁ ପ୍ରତ୍ୟାହାର କରିବା ଦିଗରେ ଆଗୁଆ ପଦକ୍ଷେପ ନିଅନ୍ତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ପ୍ରତ୍ୟେକ ଯାତ୍ରୀଙ୍କର ନିରାପତ୍ତା ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ ଅଟନ୍ତି ବୋଲି ଗଡ଼କରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ତେଲେଙ୍ଗାନାର ନିଜାମାବାଦ ସହରରେ ମଙ୍ଗଳବାର ରାତିରେ ବିଦ୍ୟୁତଚାଳିତ ସ୍କୁଟରର ବ୍ୟାଟେରୀ ଫାଟିଯିବାରୁ ଜଣେ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ଏବଂ ତାଙ୍କ ପତ୍ନୀ ଓ ନାତି ଆହତ ହେବା ଘଟଣା ଘଟିବା ପରେ ଗଡ଼କରୀ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଚଳିତ ମାସ ପ୍ରାରମ୍ଭରେ ଜିତେନ୍ଦ୍ର ଇଭି କମ୍ପାନୀର ପ୍ରାୟ ୨୦ଟି ସ୍କୁଟର ଏକ କଣ୍ଟେନରରେ ପରିବହନ କରାଯାଉଥିବାବେଳେ ସେଥିରେ ନିଆଁ ଲାଗିଯାଇଥିଲା। ଅନ୍ୟ ଏକ ଘଟଣାରେ ପୁନେର ଧନୋରି ଅଞ୍ଚଳରେ ଏକ ଓଲା ବିଦ୍ୟୁତଚାଳିତ ସ୍କୁଟରରେ ଆପେ ଆପେ ନିଆଁଲାଗି ତାହା ଜଳିଯାଇଥିଲା।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories