www.samajalive.in
Sunday, December 7, 2025
26.1 C
Bhubaneswar

ସମ୍ବଲପୁର ବୋମାମାଡ ଘଟଣାରେ ଆଇଟିଆଇ ଛାତ୍ର ଗିରଫ

ସମ୍ବଲପୁର : ସମ୍ବଲପୁର ସହରର ଶକ୍ତିସଂଘ ଛକରେ ସମସ୍ତେ ହୋଲି ଉତ୍ସବ ପାଳନ କରୁଥିବା ବେଳେ ଏକ ମସଜିଦ୍‌ ସମ୍ମୁଖରେ ମଙ୍ଗଳବାର ସନ୍ଧ୍ୟା ୬ଟାରେ ବୋମା ବିସ୍ଫୋରଣ ହୋଇଥିଲା ।  ଏଥିରେ ସହରର ଦଲେଇପଡ଼ା ନିବାସୀ ମହମ୍ମଦ କାସିମ , ମହମ୍ମଦ ସାଜିଜ ଏବଂ କଚେରି ଛକର ରିକ୍ସା ଚାଳକ ସୋଏଲା ନାୟକ। ଆହତ ହୋଇଥିଲେ ।  ଏବଂ ଏକ ବୁଲେଟ୍‌ କ୍ଷତିଗ୍ରସ୍ତ ହୋଇଥିଲା। ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଦେବାରୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଶ୍ରୀକାନ୍ତ ପୃଷ୍ଟି, ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ହିମାଂଶୁ ଲାଲ, ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ପୁଲିସ ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ପ୍ରମୁଖ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।  ତେବେ ଘଟଣାର ୨୪ ଘଣ୍ଟା ମଧ୍ୟରେ ପୁଲିସ ଜଣେ ଆଇଟିଆଇ ଛାତ୍ରକୁ ଗିରଫକରି ତା’ ଠାରୁ ବୋମା ତିଆରି ସାମଗ୍ରୀ ଜବତ କରିଛି। ଘଟଣା ସମ୍ପର୍କରେ ଜିଲା ପୁଲିସ ମୁଖ୍ୟାଳୟରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ସୂଚନା ଦେଇଥିଲେ ଯେ, ଗତସନ୍ଧ୍ୟାରେ ଶକ୍ତିସଂଘ ଛକରେ ଘଟିଥିବା ବୋମାମାଡ଼କୁ ନେଇ ଟାଉନଥାନାରେ ଏକ ମାମଲା ରୁଜୁ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ବଡ଼ବଜାର ସୁନାରିପଡ଼ାର ଅଭିଳାଷ ମିଶ୍ର କୁ ଗିରଫ କରାଯାଇଛି।  ଅଭିଳାଷର ବାପାଙ୍କୁ ସୁଶୀଲ ପାଇକ ପୂର୍ବରୁ ମାଡ଼ପିଟ୍‌ କରିବା ସହିତ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲା।  ତେଣୁ ଏହାର ପ୍ରତିଶୋଧ ନେବାକୁ ଅଭିଳାଷ ଏଭଳି କାଣ୍ଡ ଭିଆଇଛି। ଅଭିଳାଷ ଆଇଟିଆଇର ଦ୍ୱିତୀୟବର୍ଷ ଛାତ୍ର ହୋଇଥିବା ବେଳେ ତା’ର ବୋମା ତିଆରି ବୈଷୟିକ ଜ୍ଞାନ ରହିଛି। ଗତକାଲି ବିସ୍ପୋରଣ ହୋଇଥିବା ବୋମାଟି ସେ ଘରେ ତିଆରି କରିଥିଲା।  ତା’ ଠାରୁ ପୁଲିସ ବୋମା ତିଆରିରେ ବ୍ୟବହୃତ ସ୍କୃ ନଟ୍‌, ବୈଦ୍ୟୁତିକ ସର୍କିଟ୍‌, ଭଙ୍ଗା କାଚ, ଲେଦ ଯନ୍ତ୍ର, ହିଟ୍‌ ଗନ, ବିଦ୍ୟୁତ୍‌ ମିଟର, ଛୁରି, ମୋବାଇଲ, ସୋଲଡରିଂ ମେସିନ, ପ୍ରେସର ବମ୍‌ ନିର୍ମାଣ ପାଇଁ ବୈଦ୍ୟୁତିକ ସାମଗ୍ରୀ, ଜଳି ଯାଇଥିବା ବ୍ୟାଟେରି ଆଦି ଜବତ କରିଛି। ଏଥିସହ ଗୋଟିଏ ଧଳାରଙ୍ଗର ସାଇକଲ, ଧଳାରଙ୍ଗର ଟି-ସାର୍ଟ ଏବଂ ଗୋଟିଏ ସ୍କୁଟି ମଧ୍ୟ ଜବତ କରାଯାଇଛି। ଘଟଣା ସମ୍ପର୍କରେ ସମ୍ବଲପୁର ଏସ୍‌ପି ମୁକେଶ ଭାମୁ କହିଥିଲେ, ଇନ୍‌ଷ୍ଟାଗ୍ରାମ ସାମାଜିକ ଗଣମାଧ୍ୟମରେ ‘ସମ୍ବଲପୁର ମାଫିଆ ଗ୍ୟାଙ୍ଗ’ ନାମକ ଏକ ଗ୍ରୁପ ରହିଥିବା ବେଳେ ତା’କୁ ଆରମ୍ଭ କରିଥିବା ସଦସ୍ୟଙ୍କ ମଧ୍ୟରୁ ସୁଶୀଲ ପାଇକ ଜଣେ।  ସେ ଅଭିଳାଷର ବାପାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲା। ଏହାକୁ ନେଇ ଅଭିଳାଷ ବ୍ୟଥିତ ହେବା ସହିତ ସୁଶୀଲ ବିରୋଧରେ ପ୍ରତିଶୋଧ ନେବାକୁ ସେ ଯୋଜନାବଦ୍ଧ ଭାବେ ଏସ୍‌ବିପି ମାଫିଆ ଗ୍ୟାଙ୍ଗ ନାମରେ ପାର୍ସଲବୋମା ନିର୍ମାଣ କରି ତା’କୁ ଏକ ଭିଡ ଅଞ୍ଚଳରେ ପକାଇବାକୁ ଯୋଜନା କରିଥିଲା। କୌଣସି ପ୍ରମାଣ ନ ଛାଡି ଖସିଯିବା ପାଇଁ ସେ ସିସିଟିଭି କ୍ୟାମେରା ଲାଗି ନ ଥିବା ଅଞ୍ଚଳକୁ ମନୋନୟନ କରିଥିଲା ବୋଲି ଏସ୍‌ପି ଶ୍ରୀ ଭାମୁ କହିଥିଲେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories