www.samajalive.in
Monday, December 15, 2025
16.1 C
Bhubaneswar

ବରିଷ୍ଠ ନାଗରିକ ସହାୟତା କେନ୍ଦ୍ର ପରିଦର୍ଶନ କଲେ ଆଇଟି ଉପଦେଷ୍ଟା ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ ବରିଷ୍ଠ ନାଗରିକ ମାନଙ୍କ ସହାୟତା ନିମନ୍ତେ ଉଦ୍ଦିଷ୍ଟ ହେଲ୍ପଲାଇନ କେନ୍ଦ୍ର ତଥା ଏଲଡର ଲାଇନର କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି l ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କୁ ନ୍ୟାୟ, ସୁରକ୍ଷା ଏବଂ ସହାୟତା ଯୋଗାଇ ଦେବାପାଇଁ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ଦ୍ୱାରା ଜାରି କରାଯାଇଥିବା ୧୪୫୬୭ ହେଲ୍ପଲାଇନ ନମ୍ବରର କାର୍ଯ୍ୟକାରିତା ବିଷୟରେ ପଚାରି ବୁଝିଥିଲେ।

ସୂଚନା ଯୋଗ୍ୟକି ଏହି ବ୍ୟବସ୍ଥା ଅସହାୟ, ନିର୍ଯ୍ୟାତିତ ଏବଂ ଭୂମିହୀନ ବରିଷ୍ଠ ନାଗରିକ ମାନଙ୍କୁ ସୁରକ୍ଷା, ସ୍ବାସ୍ଥ୍ୟ, ଆଇନଗତ, ଆଶ୍ରୟସ୍ଥଳ, ପେନସନ ଆଦି କ୍ଷେତ୍ରରେ ଓ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କୀୟ ସୂଚନା ଓ ସହାୟତା ଯୋଗାଇଦେବା ସହ ଆବଶ୍ୟକ କ୍ଷେତ୍ର ହସ୍ତକ୍ଷେପ ଏବଂ ଭାବନାତ୍ମକ ସହାୟତା ମଧ୍ୟ ଯୋଗାଇଆସୁଛି। ଏହି ହେଲ୍ପଲାଇନ ସକାଳ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଉପଲବ୍ଧ ହୋଇଥାଏ। ଏହି ବ୍ୟବସ୍ଥାକୁ ବ୍ୟାପକ ଏବଂ ଅଧିକ କ୍ରିୟାଶୀଳ କରିବା ପାଇଁ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ କରିବାକୁ ଉପସ୍ଥିତ ଅଧିକାରୀ ମାନଙ୍କୁ ଶ୍ରୀ ପଟ୍ଟନାୟକ ଉପଦେଶ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଟେକନିକାଲ ଅଧିକାରୀ ସତ୍ୟ ମହାନ୍ତି, ଏଲଡର ଲାଇନର କର୍ମଚାରୀ ମାନଙ୍କ ସମେତ ଓକାକର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories