www.samajalive.in
Sunday, December 7, 2025
26.1 C
Bhubaneswar

ଇସ୍ରୋ ବୈଜ୍ଞାନିକଙ୍କୁ ହତ୍ୟା, ଘରୁ ମିଳିଲା ମୃତଦେହ

ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ନ୍ୟାଶନାଲ ରିମୋଟ୍‌ ସେନ୍‌ସିଂ ସେଣ୍ଟର(ଏନଆରଏସସି)ରେ କାର୍ଯ୍ୟରତ ବୈଜ୍ଞାନିକ ଏସ. ସୁରେଶ କୁମାରଙ୍କୁ ହତ୍ୟା କରାଯାଇଛି। ହାଇଦ୍ରାବାଦର ଏସଆର ନଗରସ୍ଥିତ ଫ୍ଲାଟରୁ ତାଙ୍କ ମୃତଦେହକୁ ପୁଲିସ ଜବତ କରିଛି। କେହି ଅଜଣା ବ୍ୟକ୍ତି ସୁରେଶଙ୍କୁ ହତ୍ୟା କରିଥିବାବେଳେ ତାଙ୍କ ମୁଣ୍ଡକୁ କୌଣସି ବସ୍ତୁରେ ଆଘାତ ଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ପୁଲିସ ସନ୍ଦେହ କରୁଛି।

ଅନ୍ୟପଟେ ପୁଲିସକୁ ଏଯାଏ ସୁରେଶଙ୍କ ଫୋନର ପତ୍ତା ମିଳିନାହିଁ। ବ୍ୟକ୍ତିଗତ ବିବାଦକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ କହିଛି। ସୁରେଶଙ୍କ ପତ୍ନୀ ଇନ୍ଦିରା ଇଣ୍ଡିଆନ ବ୍ୟାଙ୍କ ଚେନ୍ନାଇ ଶାଖାର ମ୍ୟାନେଜର ଭାବେ କାମ କରନ୍ତି। ସୁରେଶଙ୍କ ଘର କେରଳରେ। ସେ ଦୀର୍ଘ ୨୦ ବର୍ଷ ଧରି ହାଇଦ୍ରାବାଦରେ ରହିଆସୁଥିଲେ।

- Advertisement -

ସୁରେଶ ପ୍ରତିଦିନ ସକାଳେ ତାଙ୍କ ପରିବାର ଲୋକଙ୍କ ସହିତ ଫୋନରେ କଥା ହୁଅନ୍ତି। କିନ୍ତୁ ମଙ୍ଗଳବାର ସକାଳେ ତାଙ୍କ ପରିବାର ଲୋକଙ୍କ ସହିତ କଥା ହୋଇ ନ ଥିଲେ। ତାଙ୍କ ଫୋନ ସୁଇଚ ଅଫ୍‌ ଥିଲା। ତେଣୁ ପରିବାର ଲୋକେ ଅଫିସକୁ ଫୋନ କରି ସହକର୍ମୀଙ୍କୁ ସୁରେଶଙ୍କ ବିଷୟରେ ପଚାରିଥିଲେ। କିନ୍ତୁ ସୁରେଶ ଅଫିସ ଯାଇ ନ ଥିବା ଜାଣିବା ପରେ ପରିବାର ଲୋକଙ୍କର ସନ୍ଦେହ ବଢ଼ିଥିଲା। ପୂର୍ବାହ୍ନ ପ୍ରାୟ ୧୧ଟା ୩୦ରେ ଉକ୍ତ ଆପାର୍ଟମେଣ୍ଟରେ ରହୁଥିବା ସୁରେଶଙ୍କ ସମ୍ପର୍କୀୟ ଏ ସମ୍ପର୍କରେ ଜାଣିବା ପରେ ସୁରେଶଙ୍କ ସହକର୍ମୀଙ୍କ ସହିତ ତାଙ୍କ ଫ୍ଲାଟରେ ପହଞ୍ଚିଥିଲେ। କିନ୍ତୁ ଫ୍ଲାଟ କବାଟ ବନ୍ଦ ରହିଥିଲା। ଖବର ପାଇ ପୁଲିସ ପହଞ୍ଚି କବାଟ ଖୋଲିବା ପରେ ଭିତରେ ସୁରେଶଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories