ବିଟେକ୍‌ ଛାତ୍ରଛାତ୍ରୀଙ୍କ ଲାଗି ଖୁସି ଖବର; ଇସ୍ରୋରେ ବ୍ୟାପକ ନିଯୁକ୍ତି ପ୍ରକାଶ

0

ନୂଆଦିଲ୍ଲୀ: ବିଟେକ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା (ଇସ୍ରୋ)ରେ ବ୍ୟାପକ ନିଯୁକ୍ତି ପ୍ରକାଶ ପାଇଛି । ୧୦୬ଟି ପଦବୀ ପାଇଁ ବାହାରିଥିବା ଏହି ନିଯୁକ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ଚଳିତମାସ ୨୦ ତାରିଖ । ଏହି ପଦଗୁଡ଼ିକ ପାଇଁ ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଟେକ୍‌ ହୋଇଥିବା ଜରୁରୀ । ଆଶାୟୀଙ୍କ ବୟସ ୩୫ ବର୍ଷରୁ ଅଧିକ ହୋଇନଥିବ । ଅନଲାଇନ ଲିଖିତ ପରୀକ୍ଷା ଓ ସାକ୍ଷାତକାର ଜରିଆରେ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ । ଏ ବାବଦରେ ଅଧିକ ତଥ୍ୟ ଆପଣ ୱେବସାଇଟ (www.isro.gov.in) ରେ ପାଇପାରିବେ ।

Leave A Reply