www.samajalive.in
Sunday, December 7, 2025
15.1 C
Bhubaneswar

ପୃଥିବୀରେ ଧ୍ୱଂସକାଣ୍ଡ ଘଟାଇବେ ଏଲିଅନ୍‌!

ନୂଆଦିଲ୍ଲୀ : ଏଲିଅନ୍‌ (ଭିନ୍ନ ଗ୍ରହର ପ୍ରାଣୀ) ପୃଥିବୀପୃଷ୍ଠକୁ ଆସିବା ନେଇ ଅତୀତରେ ଅନେକ ଖବର ପ୍ରକାଶ ପାଇଥିଲେ ମଧ୍ୟ ବାସ୍ତବରେ ଏଭଳି ପ୍ରାଣୀ କେହି ଅଛନ୍ତି କି ନାହିଁ ସେ ବିଷୟରେ ତଥ୍ୟ ସଂଗ୍ରହ କରିବା ନିମନ୍ତେ ବିଶ୍ୱର ପ୍ରମୁଖ ମହାକାଶ ଗବେଷଣା ସଂସ୍ଥାଗୁଡିକ ଏବେ ବି ଗବେଷଣା ଜାରି ରଖିଛନ୍ତି । ତଥାପି ଏଲିଅନ୍‌ଙ୍କ ରହସ୍ୟ ଉନ୍ମୋଚିତ ହୋଇପାରି ନାହିଁ। ଏଭଳି ସ୍ଥିତିରେ ଜର୍ମାନୀର ହାୱାଇ ବିଶ୍ୱବିଦ୍ୟାଳୟ ଏବଂ ସୋନେବର୍ଗ ଅବ୍‌ଜରଭେଟୋରୀ (ମହାକାଶ ଅବଲୋକନ ଗାର)ର ଦୁଇ ବୈଜ୍ଞାନିକ ମାଇକେଲ୍‌ ହିପ୍‌କେ ଏବଂ ଜନ୍‌ ଜି. ଲର୍ଣ୍ଣଡ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କରିଛନ୍ତି । ଭିନ୍ନ ଗ୍ରହର ଏହି ଜୀବ ପୃଥିବୀପୃଷ୍ଠରେ ଧ୍ୱଂସଲୀଳା ରଚିବାର ଯୋଜନାରେ ଅଛନ୍ତି। ଏଣୁ ସମୟ ପୂର୍ବରୁ ସାବଧାନ ରହିବାକୁ ଏହି ଦୁଇ ବୈଜ୍ଞାନିକ ପୃଥିବୀବାସୀଙ୍କୁ ସତର୍କ କରିଛନ୍ତି। ଧ୍ୱଂସକାଣ୍ଡ ଘଟାଇବା ଲାଗି ଏଲିଅନ୍‌ମାନଙ୍କୁ ପୃଥିବୀପୃଷ୍ଠକୁ ଆସିବାର ଆବଶ୍ୟକତା ନାହିଁ; ବରଂ କେବଳ ସଂକ୍ରାମକ ବାର୍ତ୍ତା ପ୍ରେରଣ କରି ସେମାନେ ଏହି ସଂହାରଲୀଲା ଘଟାଇପାରିବେ ବୋଲି ‘ଅନ୍ତଃନକ୍ଷତ୍ର ଯୋଗାଯୋଗ.୯. ବାର୍ତ୍ତା ଶୁଦ୍ଧିକରଣ ଅସମ୍ଭବ’ ଶୀର୍ଷକ ସନ୍ଦର୍ଭରେ ସେମାନେ ଉଲ୍ଲେଖ କରିଛନ୍ତି। ଏଥିରେ ମହାକାଶରୁ ମିଳୁଥିବା ବାର୍ତ୍ତାକୁ ପଢି ତାହାକୁ ବୁଝିବାର ପ୍ରକ୍ରିୟା ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଛି। ଏଲିଅନ୍‌ମାନେ ବାର୍ତ୍ତାଗୁଡିକୁ ପୃଥିବୀର ନେଟ୍‌ୱର୍କ ବ୍ୟବସ୍ଥାକୁ ସଂକ୍ରମିତ କରୁଥିବା କମ୍ପ୍ୟୁଟର ଭାଇରସ୍‌ ଅଥବା କମ୍ପ୍ୟୁଟରର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ରୂପରେ ପ୍ରେରଣ କରିବେ। ଏହି ବାର୍ତ୍ତାଗୁଡିକ ବାସ୍ତବରେ କେତେ ପରିମାଣରେ ବିନାଶକାରୀ ତାହା ସେଗୁଡିକୁ ନ ଖୋଲି ଆକଳନ କରିବା ସମ୍ଭବ ନୁହେଁ। ଅନ୍ୟପକ୍ଷରେ ଉକ୍ତ ବାର୍ତ୍ତାକୁ ବୁଝିବାର ଉଦ୍ୟମ କରିବା ଅର୍ଥ ବିନାଶକୁ ଡାକିଆଣିବା। ଏଣୁ ସେହି ବାର୍ତ୍ତାଗୁଡିକୁ ନ ଖୋଲି ତାହାକୁ ନଷ୍ଟ କରିଦେବା ହିଁ ଏଲିଅନଙ୍କ ଯୋଜନାବଦ୍ଧ ଆକ୍ରମଣରୁ ବର୍ତ୍ତିବାର ସର୍ବୋତ୍ତମ ବିକଳ୍ପ ବୋଲି ବୈଜ୍ଞାନିକ ହିପ୍‌କେ ଏବଂ ଲର୍ଣ୍ଣଡ ଉଲ୍ଲେଖ କରିଛନ୍ତି। ସେମାନଙ୍କର ଏହି ସନ୍ଦର୍ଭ ବକ୍ସଢସଙ୍ଖ.କ୍ଟକ୍ସଶ ରେ ପ୍ରକାଶ ପାଇଛି। ସେମାନେ ଆହୁରି ଦର୍ଶାଇଛନ୍ତି ଯେ, ପୃଥିବୀବାସୀଙ୍କୁ ନିପାତ କରିବା ନିମନ୍ତେ କୌଣସି ଯୁଦ୍ଧ ଜାହାଜ ପଠାଇବା ତୁଳନାରେ ଦୁର୍ଭାବନାପୂର୍ଣ୍ଣ ବାର୍ତ୍ତା ପଠାଇବାକୁ ଏଲିଅନ୍‌ମାନେ ଅଧିକ ଶ୍ରେୟ ମଣନ୍ତି। ଏ ସମ୍ବନ୍ଧୀୟ ଆଲୋଚନା ବେଳେ କିଛି ଲୋକ ଉକ୍ତ ବାର୍ତ୍ତାଗୁଡିକୁ ପରିଶୋଧନ କରି ପଢିବାକୁ ପରାମର୍ଶ ଦେଇଥିଲେ। ମାତ୍ର ସେଗୁଡିକୁ ସମ୍ପୂର୍ଣ୍ଣ ବିପଦମୁକ୍ତ କରିବା ସମ୍ଭବ ନୁହେଁ ବୋଲି ଗବେଷକମାନେ ଦର୍ଶାଇଛନ୍ତି।
ମହାକାଶରୁ ଆସୁଥିବା ଜଟିଳ ବାର୍ତ୍ତାକୁ ବୁଝିବା ଲାଗି କମ୍ପ୍ୟୁଟରର ଆବଶ୍ୟକତା ପଡେ। ମନିଟର୍‌ରେ ବାର୍ତ୍ତା ପ୍ରଦର୍ଶିତ ହେବା ପରେ କମ୍ପ୍ୟୁଟର ତାହାକୁ ବିଶ୍ଳେଷଣ କରି ଅର୍ଥ ବୁଝିଥାଏ । ଏଭଳି କରିବା ବେଳେ ଗୁରୁତର ବୈଷୟିକ ସମସ୍ୟା ଜନିତ ବିପଦ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଏଲିଅନ୍‌ଙ୍କ ବାର୍ତ୍ତକୁ ପରିଶୋଧନ କରିବା ବସ୍ତୁତଃ ଅସମ୍ଭବ। ଏଣୁ ଜଟିଳ ବାର୍ତ୍ତାଗୁଡିକୁ ସମ୍ପୂର୍ଣ୍ଣ ବାଦ୍‌ ଦେବା ଦରକାର। କିନ୍ତୁ ଯଦି କୌଣସିମତେ ଏହି ବାର୍ତ୍ତାକୁ ପଢି ବୁଝି ହେବ, ତା’ହେଲେ ଏଲିଅନ୍‌ ସମ୍ବନ୍ଧୀୟ ବହୁ ଅକଳ୍ପନୀୟ ତଥ୍ୟ ମିଳିପାରିବ ବୋଲି ବୈଜ୍ଞାନିକ ହିପ୍‌କେ ଏବଂ ଲର୍ଣ୍ଣଡ ଆଶା ବ୍ୟକ୍ତ କରିଛନ୍ତି। ଏହାର ପ୍ରତିଉତ୍ତରରେ କିଭଳି ବାର୍ତ୍ତା ପଠାଯିବ ସେଥିନେଇ ବିଶେଷ ଧ୍ୟାନ ଦିଆଯିବା ଦରକାର। ଏଭଳି ସ୍ଥଳେ କୌଣସି କୋଡ୍‌ ବ୍ୟବହାର ନ କରି ଏକ ବିଷୟବସ୍ତୁ ସମ୍ବନ୍ଧୀୟ ସାରାଂଶ, ଫଟୋ ଅଥବା ସଙ୍ଗୀତ ପଠାଯିବା ଉଚିତ; ଯାହାଦ୍ୱାରା ଏଗୁଡିକୁ ବୁଝିବା ଲାଗି କୌଣସି ଅତ୍ୟାଧୁନିକ କମ୍ପ୍ୟୁଟରର ଆବଶ୍ୟକତା ପଡିବ ନାହିଁ ବୋଲି ଇଣ୍ଡିପେଣ୍ଡେଣ୍ଟ ଖବରକାଗଜରେ ପ୍ରକାଶ ପାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories