www.samajalive.in
Monday, December 15, 2025
15.1 C
Bhubaneswar

ବାହାରୁ ଖାଦ୍ୟ ମଗାଇ ଅଡ଼ୁଆରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ଜେରୁଜେଲମ୍‍ : ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପତ୍ନୀ ସାରା ନେତାନ୍ୟାହୁଙ୍କ ନାମରେ ଠକେଇ ଅଭିଯୋଗ ହୋଇଛି। ତାଙ୍କ ନାମରେ ରାଜଧାନୀ ଜେରୁଜେଲମ୍‍ରେ ଅବସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ରୋଷେଇ ପାଣ୍ଠିରୁ ଏକ ଲକ୍ଷ ଡଲାର(ଭାରତୀୟ ମୁଦ୍ରାରେ ୬୮ଲକ୍ଷ ଟଙ୍କା) ଅପବ୍ୟୟ ଅଭିଯୋଗ ହୋଇଥିବା ବିଚାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି ୨୦୧୦ରୁ ୨୦୧୩ ମଧ୍ୟରେ ନିଜ କର୍ମଚାରୀଙ୍କ ମାଧ୍ୟମରେ ଚତୁରତାର ସହ ଓ ଯୋଜନାବଦ୍ଧ ଭାବେ ବାହାର ରେସ୍ତୋରାଁରୁ ଖାଦ୍ୟ ମଗାଇବାରେ ଏହି ଅପବ୍ୟୟ ହୋଇଥିବା ଜଣାପଡ଼ିଛି। ନିୟମ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ରୋଷେୟା ନିଯୁକ୍ତ ହୋଇଥିବାବେଳେ ବାହାରୁ ଖାଦ୍ୟ ମଗାଯାଇପାରିବ ନାହିଁ। ସାରା ଏହି ନିୟମର କେବଳ ଉଲ୍ଲଙ୍ଘନ କରିନାହାନ୍ତି; ବରଂ ବାହାରୁ ଖାଦ୍ୟ ମଗାଇବା ପାଇଁ ରୋଷେୟା ନିଯୁକ୍ତିକୁ ଲୁଚାଇଛନ୍ତି। ଏହି ଘଟଣା ନେଇ ସାରାଙ୍କ ବିରୋଧରେ ତଦନ୍ତ ସହ ବିଚାର ଆରମ୍ଭ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories