www.samajalive.in
Sunday, December 14, 2025
26.1 C
Bhubaneswar

ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଛି କାଶ୍ମୀର ପଥରଫିଙ୍ଗାଳିଙ୍କ ଚେର

ଲକ୍ଷ୍ନୌ : ଜାମ୍ମୁ କାଶ୍ମୀରରେ ବିକ୍ଷୋଭ ପ୍ରଦର୍ଶନର ନୂତନ ସ୍ୱରୂପ ପାଲଟିଛି ପଥରଫିଙ୍ଗା ଘଟଣା। ସେନାର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆଳରେ କାଶ୍ମୀର ଯୁବପିଢି ଯବାନଙ୍କ ଉପରକୁ ଆଖିବୁଜା ଟେକା ପଥର ମାଡ଼ କରୁଛନ୍ତି। ଆତଙ୍କବାଦୀ ଅଥବା ବିଚ୍ଛିନ୍ନତାବାଦୀଙ୍କ ଇସାରାରେ ଏମାନେ ସୁରକ୍ଷାବାହିନୀ ଦୃଷ୍ଟିରୁ ଆତଙ୍କବାଦୀଙ୍କୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଏଭଳି ପଥରମାଡ଼ କରୁଥିବା କୁହାଯାଉଥିବା ବେଳେ ଏବେ ପ୍ରକୃତି ସତ୍ୟ ପଦାକୁ ଆସିଛି। ଏହି ସତ୍ୟ ପ୍ରକାଶ କରିଛନ୍ତି ଉତ୍ତରପ୍ରଦେଶର କିଛି ଯୁବକ। ନିଯୁକ୍ତି ସୁଯୋଗ ପ୍ରଦାନ ପ୍ରଲୋଭନ ଦେଖାଇ କିଭଳି ଯୁବକମାନଙ୍କୁ ସେନା ଉପରକୁ ପଥର ଫିଙ୍ଗିବାର ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ତାହା ସେମାନେ ବର୍ଣ୍ଣନା କରିଛନ୍ତି। ଉତ୍ତର ପ୍ରଦେଶର ବାଗପତ ଏବଂ ସାହାରନପୁର ନିବାସୀ କିଛି ଯୁବକ ଜାମ୍ମୁ କାଶ୍ମୀରର ଏକ ସିଲେଇ କାରଖାନାରେ ନିଯୁକ୍ତି ପାଇଥିଲେ; କିନ୍ତୁ କାରଖାନା ମାଲିକସେଠାରେ କାମ କରୁଥିବା ଅନ୍ୟ କାଶ୍ମୀର ଯୁବକଙ୍କ ସହାୟତାରେ ସେମାନଙ୍କୁ ବନ୍ଦ କରି ନିଜ କବ୍‍ଜାକୁ ନେଇଥିଲେ। ପରେ ସେମାନଙ୍କୁ ଟେକାପଥର ମାଡ଼ କରିବାର ପ୍ରଶିକ୍ଷଣ ଦିଆଯାଇଥିଲା। ଏଭଳି କରିବାକୁ ଯୁବକମାନେ ମନା କରିବାରୁ ସେମାନଙ୍କୁ ନିସ୍ତୁକ ପିଟିଥିଲେ କାରଖାନା ମାଲିକ ଓ ଅନ୍ୟମାନେ। ବାଧ୍ୟ ହୋଇ ସେମାନଙ୍କୁ ଅନ୍ୟମାନଙ୍କ ସହିତ ପଥର ଫିଙ୍ଗିବାକୁ ଯିବାକୁ ପଡୁଥିଲା ବୋଲି କହିଛନ୍ତି ନସୀମ ନାମକ ଜଣେ ପୀଡିତ ଯୁବକ। ଟେକା ପଥର ମାଡ଼ ବେଳେ ସେମାନେ ଯେମିତି କାଶ୍ମୀର ଯୁବକ ଭଳି ପ୍ରତୀତ ହେବେ ସେଥିନିମନ୍ତେ ସେମାନଙ୍କୁ କୁର୍ତ୍ତା ପାଇଜାମା ପିନ୍ଧିବାକୁ ଦିଆଯାଉଥିଲା। ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନର ଅନ୍ୟ କିଛି ଯୁବକ ଏମିତି କାଶ୍ମୀର ପଥରଫିଙ୍ଗାଳିଙ୍କ କବଳରେ ପଡିଥିବା ସେ ପ୍ରକାଶ କରିଛନ୍ତି। ଏମାନେ ଜାନୁଆରୀରେ ପୁଲୱାମା ଅନ୍ତର୍ଗତ ଲସ୍ତିପୁରାସ୍ଥିତ ଡିଭାଇନ୍‍ ଇଣ୍ଡଷ୍ଟ୍ରିଆଲ ଫାର୍ମରେ ନିଯୁକ୍ତି ପାଇଥିଲେ; ମାତ୍ର କାରଖାନା ମାଲିକ ଏଜାଜ ୱାଣୀ ଯବାନଙ୍କୁ ଟେକା ମାଡ଼ କରିବା ଲାଗି ସେମାନଙ୍କ ଉପରେ ଚାପ ପକାଇଥିଲେ। ଯୁବକଦ୍ୱୟ ପୁଲିସ ନିକଟରେ କହିଛନ୍ତି, ଯବାନଙ୍କ ଏନ୍‍କାଉଣ୍ଟରରୁ ବର୍ତ୍ତିବା ନିମନ୍ତେ ଆତଙ୍କବାଦୀମାନେ ସେଠାକାର ଗ୍ରାମଗୁଡିକରେ ଆତ୍ମଗୋପନ କରିବା ପରେ ସେମାନଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ସ୍ଥାନୀୟ ଲୋକେ ଯବାନଙ୍କ ଉପରେ ଟେକା ପଥର ମାଡ଼ କରନ୍ତି। ଏଭଳି କାର୍ଯ୍ୟରେ ଅତିଷ୍ଠ ହୋଇ ଏହି ଯୁବକମାନେ ସେଠାରୁ ଖସି ଆସିବାକୁ ଯୋଜନା କରିଥିଲେ। ଏନେଇ ସେମାନେ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ସହାୟତା ଲୋଡିଥିଲେ। ୧୦ ହଜାର ଟଙ୍କା ପ୍ରତିବଦଳରେ ଉକ୍ତ ବ୍ୟକ୍ତି ସେମାନଙ୍କୁ ସହଯୋଗ କରିଥିଲେ। ସେଠାରୁ ଦିଲ୍ଲୀ ଖସି ଆସିବା ପରେ ଯୁବକମାନେ ସିଧା ଥାନରେ ପହଞ୍ଚି ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି। ନିଜ ନିଜ ଘରେ ପହଞ୍ଚିବା ପରେ ସେମାନଙ୍କୁ ଟେଲିଫୋନ କରି ଦିଲ୍ଲୀରୁ ଉଠାଇ ନେବାକୁ କାରଖାନା ମାଲିକ ଧମକ ଦେଉଥିବା ଅଭିଯୋଗ କରି ସେମାନେ ପୁଲିସଠାରୁ ସୁରକ୍ଷା ଲୋଡିଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ ଉତ୍ତର ପ୍ରଦେଶ ପୁଲିସ ଏହାର ଯାଞ୍ଚ ଆରମ୍ଭ କରି ଯୁବକମାନଙ୍କୁ ଅଧିକ ପଚରାଉଚୁରା କରୁଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories