www.samajalive.in
Sunday, December 14, 2025
17.1 C
Bhubaneswar

ଇସ୍ରାଏଲକୁ ନୈତିକ ସମର୍ଥନ, ଭାରତୀୟ ନାଗରିକଙ୍କ ପାଇଁ ସତର୍କତା ଜାରି

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ପାଲେଷ୍ଟାଇନ୍‌ର ଇସ୍‌ଲାମିକ ଆତଙ୍କବାଦୀ ସଂଗଠନ ‘ହମାସ୍‌’ ପକ୍ଷରୁ ଅତର୍କିତ ଆକ୍ରମଣ ପରିପ୍ରେକ୍ଷୀରେ ଭାରତ ଉଦ୍‌ବେଗ ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲକୁ ନୈତିକ ସମର୍ଥନ କରିବା ସହ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଇସ୍ରାଏଲ ସହିତ ଭାରତ ରହିଛି ବୋଲି ମୋଦୀ କହିଛନ୍ତି। ନୂଆଦିଲ୍ଲୀରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲନ୍‌ ଏଥିପାଇଁ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅପରପକ୍ଷରେ ଭାରତ ସରକାର ଇସ୍ରାଏଲରେ ଥିବା ଭାରତୀୟଙ୍କୁ ସତର୍କ ରହିବାକୁ ପାଇଁ ପରାମର୍ଶ ଦେଇଛନ୍ତି। ଏ ନେଇ ଶନିବାର ନୂଆଦିଲ୍ଲୀ ପକ୍ଷରୁ କେତେକ ପରାମର୍ଶ ଜାରି କରାଯାଇଛି। ସେଠାରେ ଏବେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଭାରତୀୟ ନାଗରିକମାନେ ସତର୍କ ରହିବା ସହ ନିରାପତ୍ତା ନିୟମ ମାନି ଚଳିବାକୁ ଓ ଅଯଥା ବାହାରକୁ ନବାହାରିବାକୁ ତେଲଆବିଭ୍‌ସ୍ଥିତ ଭାରତୀୟ ରାଷ୍ଟ୍ରଦୂତଙ୍କ ପକ୍ଷରୁ କୁହାଯାଇଛି। ଆବଶ୍ୟକସ୍ଥଳେ ଦୂତାବାସ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଏୟାର ଇଣ୍ଡିଆ ପକ୍ଷରୁ ସମସ୍ତ ବିମାନ ବାତିଲ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories