ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ବର: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ। ୫ ଜିଲାର ଏସପିଙ୍କ ସହ ୧୮ ଆଇପିଏସଙ୍କ ବଦଳି। ଏ.ଏମ.ପ୍ରସାଦ ହେଲେ ସ୍ପେଶାଲ ଡିଜି ଏଆରପିସି, ସୁଧାଂଶୁ ଷଡ଼ଙ୍ଗୀ ହେଲେ ଅଗ୍ନିଶମ ଓ ହୋମଗାର୍ଡ ଡିଜି। ରାଧାକୃଷ୍ଣ ଶର୍ମା ହେଲେ ଏଡିଜି ହେଡକ୍ବାର୍ଟର, ସଞ୍ଜୟ କୁମାର ହେଲେ ଏଡିଜି ଆଇନ ଶୃଙ୍ଖଳା ଓ କମ୍ୟୁନିକେସନ, ଅମିତାଭ ଠାକୁର ହେଲେ ପରିବହନ କମିଶନର, ଏସ.ଦେବଦତ୍ତ ସିଂହ ହେଲେ ଏଡିଜି ଅପରେସନ, ଦୟାଲ ଗଙ୍ଗୱାର ହେଲେ ଏଡିଜି ରେଲୱେ ଓ ତଟ ସୁରକ୍ଷା, ରାଜେଶ କୁମାର ହେଲେ ଏଡିଜି ଆଧୁନିକୀକରଣ, ନରସିଂହ ଭୋଳ ହେଲେ ଅବକାରୀ କମିଶନର, ଆଶିଷ ସିଂହ ହେଲେ କେନ୍ଦ୍ରାଞ୍ଚଳ ଆଇଜି, ରାଜେଶ ପଣ୍ଡିତ ହେଲେ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି, ଅଖିଳେଶ୍ବର ସିଂହ ଡିଆଇଜି ଏସଆଇଡବ୍ଲ୍ୟୁ ହୋଇଥିବାବେଳେ ଚରଣ ସିଂହ ମୀନାଙ୍କୁ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି।

prayash

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳରେ ୫ ଜିଲାର ଏସପିଙ୍କୁ ବଦଳି କରାଯାଇଛି। ମିତ୍ରଭାନୁ ମହାପାତ୍ର ହେଲେ ରାଉରକେଲା ଏସପି, ବି.ଗଙ୍ଗାଧର ହେଲେ ମୟୂରଭଞ୍ଜ ଏସପି, ମୁଶେ କୁମାର ଭାମୁ ହେଲେ ସମ୍ବଲପୁର ଏସପି, ନୀତିନ କୁଶଲକର ହେଲେ କେନ୍ଦୁଝର ଏସପି ଏବଂ ବଲାଙ୍ଗିର ଏସପି ଭାବେ ରିଷିକେଶ ଖିଲାରୀଙ୍କୁ ଅବସ୍ଥାପିତ କରାଯାଇଛି।

kalyan agarbati

Comments are closed.