ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଗିରଫଦାରିଠାରୁ ଆରମ୍ଭ କରି ତା’ର ଏନକାଉଣ୍ଟର ପର୍ଯ୍ୟନ୍ତ ଘଟଣା ଉତ୍ତରପ୍ରଦେଶ ପୁଲିସର କାର୍ଯ୍ୟଶୈଳୀ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ବିରୋଧୀ ଦଳଗୁଡ଼ିକ ଏହି ପ୍ରଶ୍ନ ଉଠାଇ ନାହାନ୍ତି, କିଛି ଅଧିକାରୀ ମଧ୍ୟ ଉତ୍ତର ପ୍ରଦେଶ ପୁଲିସର କାର୍ଯ୍ୟଧାରା ଉପରେ ପ୍ରଶ୍ନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବରିଷ୍ଠ ଆଇପିଏସ ଅଧିକାରୀ ଅମିତାଭ ଠାକୁର ଦିନକ ଆଗରୁ କରିଥିବା ଏକ ପୁରୁଣା ଟ୍ବିଟ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବିକାଶ ଦୁବେର ଏନକାଉଣ୍ଟର ନେଇ ପୂର୍ବରୁ ଆକଳନ କରିଥିଲେ।
विकास दूबे का सरेंडर हो गया. हो सकता है कल वह UP पुलिस कस्टडी से भागने की कोशिश करे, मारा जाये. इस तरह विकास दूबे चैप्टर क्लोज हो जायेगा, किन्तु मेरी निगाह में असल जरुरत इस कांड से
सामने आई UP पुलिस के अन्दर की गंदगी को ईमानदारी से देखते हुए उसपर निष्पक्ष/कठोर कार्यवाही करना है— AmitabhThakur (@Amitabhthakur) July 9, 2020
ଗତ ଗୁରୁବାର କରିଥିବା ଟ୍ବିଟ୍ରେ ଅମିତାଭ ଲେଖିଥିଲେ, ‘ବିକାଶ ଦୁବେ ଆତ୍ମସମର୍ପଣ କରିଦେଇଛି। ହୋଇପାରେ ସେ କାଲି ପୁଲିସ ହେପାଜତରୁ ଫେରାର ହେବାକୁ ଉଦ୍ୟମ କରିବ ଏବଂ ତା’କୁ ମାରିଦିଆଯିବ। ଏହିପରି ଭାବରେ ବିକାଶ ଦୁବେର ଚାପ୍ଟର ବନ୍ଦ ହୋଇଯିବ। କିନ୍ତୁ ମୋ ମତରେ ବିକାଶ ଦୁବେ ଘଟଣାରୁ ସାମ୍ନାକୁ ଆସିଥିବା ଉତ୍ତରପ୍ରଦେଶ ପୁଲିସର ଅସଲ ଚେହେରାକୁ ସଚ୍ଚୋଟତାର ସହିତ ଦେଖି ତାହା ଉପରେ ନିରପେକ୍ଷ ତଥା କଠୋର କାର୍ଯ୍ୟାନୁଷ୍ଠାନ ନେବା ପ୍ରକୃତରେ ଆବଶ୍ୟକ।’
ଅମିତାଭଙ୍କ ଏହି ଟ୍ବିଟ୍କୁ ସୋସିଆଲ ମିଡିଆରେ ଲୋକମାନେ ରିଟ୍ବିଟ୍ କରିବା ସହିତ ଉତ୍ତରପ୍ରଦେଶ ପୁଲିସ ଉପରକୁ ଅଙ୍ଗୁଳି ଉଠାଇଛନ୍ତି। ଅନ୍ୟପଟେ ଅମିତାଭ ଶୁକ୍ରବାର ବିକାଶ ଦୁବେର ଏନକାଉଣ୍ଟର ପରେ ପୁଣି ଏକ ଟ୍ବିଟ୍ କରିଛନ୍ତି। ସେ ଏହି ଟ୍ବିଟ୍ରେ ପୁଲିସକୁ ପ୍ରଶ୍ନ କରିଛନ୍ତି ଯେ, ଏତେ ତରବର କ’ଣ ଥିଲା ? କାହାକୁ ରକ୍ଷା କରାଯାଉଛି ?
इतनी क्या हड़बड़ी थी? किसे बचाया जा रहा है?
— AmitabhThakur (@Amitabhthakur) July 10, 2020



