www.samajalive.in
Saturday, December 6, 2025
16.1 C
Bhubaneswar

‘ତାଣ୍ଡବ’ ବିବାଦ: ନିର୍ଦେଶକ ଓ ଲେଖକଙ୍କ ଘରେ ତାଲା, ନୋଟିସ ଲଗାଇ ଫେରିଲା ୟୁପି ପୁଲିସ

ମୁମ୍ବଇ: ୱେବ୍‌ସିରିଜ ‘ତାଣ୍ଡବ’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହାର ନିର୍ଦେଶକ ଅଲୀ ଆବ୍ବାସ ଜାଫରଙ୍କ ସମେତ ୫ ଜଣଙ୍କ ବିରୋଧରେ ମୁମ୍ବଇ ଏବଂ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ମାମଲା ରୁଜୁ ହୋଇଛି। ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ଏସବୁ ମାମଲା ରୁଜୁ କରାଯାଇଛି। ୟୁପି ପୁଲିସର ଏକ ଟିମ୍‌ ନିର୍ଦେଶକ ଅଲୀ ଆବ୍ବାସ ଏବଂ ଲେଖକ ଗୌରବ ସୋଲାଙ୍କୀଙ୍କୁ ପଚରାଉଚରା କରିବା ଲାଗି ଗୁରୁବାର ସେମାନଙ୍କ ଘରକୁ ଯାଇଥିଲେ। କିନ୍ତୁ ଉଭୟଙ୍କ ଘରେ ତାଲା ଝୁଲୁଥିବା ଦେଖି ପୁଲିସ ବାହାରେ ନୋଟିସ ଲଗାଇ ଫେରିଛି।

Image Courtesy: facebook

ୟୁପି ପୁଲିସ ଅଧିକାରୀ ଅନୀଲ କୁମାର ସିଂହ କହିଛନ୍ତି, ଆମେ ଅଲୀ ଆବ୍ବାସଙ୍କ ଘରକୁ ଯାଇଥିଲୁ। ସେଠାରେ କେହି ନ ଥିଲେ। ଘରେ  ତାଲା ପଡ଼ିଥିଲା। ସେଥିଲାଗି ଆମେ ବାହାରେ ନୋଟିସ ଲଗାଇ ଫେରିଛୁ। ତାଙ୍କୁ ଆସନ୍ତା ୨୭ ତାରିଖରେ ଲକ୍ଷ୍ନୌରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ କୁହାଯାଇଛି।

- Advertisement -

ସେହିପରି ପୁଲିସ ୱେବସିରିଜର ଲେଖକ ଗୌରବ ସୋଲାଙ୍କୀଙ୍କ ଘରକୁ ମଧ୍ୟ ଯାଇଥିଲା। ତାଙ୍କ ଘରେ ବି ତାଲା ପଡ଼ିଥିଲା। ତେଣୁ ତାଙ୍କ ଘର ବାହାରେ ମଧ୍ୟ ପୁଲିସ ଅନୁରୂପ ଏକ ନୋଟିସ ଲଗାଇଛି। ଆସନ୍ତା ୨୭ ତାରିଖରେ ଲକ୍ଷ୍ନୌରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନୋଟିସରେ ଦର୍ଶାଯାଇଛି।

Image Courtesy: Amar ujala

ଅନ୍ୟପଟେ ଉତ୍ତରପ୍ରଦେଶରେ ରୁଜୁ ହୋଇଥିବା ମାମଲା ଉପରେ ‘ତାଣ୍ଡବ’ର ନିର୍ଦେଶକ ଅଲୀ ଆବ୍ବାସଙ୍କୁ ବମ୍ବେ ହାଇକୋର୍ଟରୁ ଅଶ୍ବସ୍ତି ମିଳିଛି। କୋର୍ଟ ଆବ୍ବାସଙ୍କୁ ୩ ସପ୍ତାହର ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ସେପଟେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ, ୱେବ୍‌ସିରିଜ ‘ତାଣ୍ଡବ’କୁ ନେଇ ଆମ ନିକଟରେ ଅଭିଯୋଗ ହୋଇଛି। ଆଇନ ଅନୁସାରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓଟିଟି ପ୍ଲାଟଫର୍ମ ସମ୍ବନ୍ଧରେ କେନ୍ଦ୍ର ସରକାର ଆଇନ ଆଣିବା ଦରକାର ବୋଲି ସେ କହିଛନ୍ତି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories